ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ନିକଟରେ ଏକ ନୂଆ ଗୀତ ରିଲିଜ କରିଛନ୍ତି। ଯାହାର ଟାଇଟଲ ରହିଛି ‘ନୀଳମଣି’। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ଓଡ଼ିଶାବାସୀଙ୍କୁ ସୋନା ଏହି ଗୀତ ସମର୍ପଣ କରିଛନ୍ତି।

ସୋନା ନିଜେ ଏହି ଗୀତ ରଚନା କରିଥିଲା ବେଳେ ତାଙ୍କ ସ୍ୱାମୀ ରାମ ସମପଥ ଏହାକୁ କମ୍ପୋଜ କରିବା ସହିତ ଏଡିଟ କରିଛନ୍ତି। ଲକଡାଉନ ପୂର୍ବରୁ ଏହି ମ୍ୟୁଜିକ ଭିଡିଓ ପ୍ରସ୍ତୁତ ହୋଇଥିଲା ବେଳେ ନିକଟରେ ଓଡ଼ିଶାବାସୀ ଅମ୍ପନ ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିବାରୁ ଏହି ସମୟରେ ସୋନା ଏହି ଗୀତକୁ ରିଲିଜ କରିଛନ୍ତି। ସୋନାଙ୍କ ଭିଡିଓକୁ ଦର୍ଶକ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି।

ଏହି ଗୀତରେ ସୋନାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏହାଛଡ଼ା ଏଥିରେ ଓଡ଼ିଶାର ଗ୍ରାମାଞ୍ଚଳ, ପ୍ରାକୃତିକ ସୌନ୍ଦର୍ଯ୍ୟ, କଳା ଓ ସଂସ୍କୃତିକୁ ଦେଖାଯାଇଛି।

ଗୀତଟିର ଟାଇଟଲ ‘ନୀଳମଣି’ ସମ୍ପର୍କରେ ସୋନା କହିଛନ୍ତି ଯେ ଏହାର ସାହିତ୍ୟିକ ଅର୍ଥ ହେଉଛି‘ ନୀଳ ରତ୍ନ, ଏହି ନାମରେ ଭଗବାନ ଜଗନ୍ନାଥଙ୍କୁ ମଧ୍ୟ ସମ୍ବୋଧିତ କରାଯାଇଥାଏ।

Comment