ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ମହାମାରୀ କରୋନା ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏନେଇ ସାରା ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିପାଇଁ ବାହାର ରାଜ୍ୟରେ ଫସି ରହିଥିବା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଭଳି ସ୍ଥିତିରେ ପୁନେରେ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସ୍ପ୍ରେଡ ହାପିନେସ ଫାଉଣ୍ଡେସନ।

ଲକ୍‌ଡାଉନ୍‌ ଯୋଗୁଁ ପ୍ରବାସୀ ଓଡ଼ିଆମାନେ ପୁନେରେ ନିଜର ଦୈନଦୀନ ଜୀବିକା ହରାଇ ଘର ଭଡ଼ା ପାଇଁ ଅର୍ଥ ଓ ଖାଦ୍ୟ ପାଇଁ ସଂଗ୍ରାମ କରୁଛନ୍ତି। ପରେ ପ୍ରବାସୀ ଶ୍ରମିକମାନେ ପୁନେର ସ୍ପ୍ରେଡ ହାପିନେସ ଫାଉଣ୍ଡେସନକୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ।

ସୋମବାର ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ସଦସ୍ୟମାନେ ଲୋକଙ୍କ ସମସ୍ୟା ଓ ଦାବିକୁ ଆଖି ଆଗରେ ରଖି ପ୍ରବାସୀ ଓଡ଼ିଆଙ୍କ ପାଇଁ ୩୫୦ ପରିବାରକୁ ଜରୁରୀ ଖାଦ୍ୟ ସାମଗ୍ରୀ ପୁଡ଼ିଆ, ଚାଉଳ, ଡାଲି, ଲୁଣ ଓ ତେଲ ଇତ୍ୟାଦି ଦେଇଥିଲେ।

ପ୍ରବାସୀ ଓଡ଼ିଆଙ୍କ ବହୁ ସମସ୍ୟା ଓଡ଼ିଶା ସରକାର ଦୂର କରିବାକୁ ପ୍ରୟାସ କରୁଥିବା ବେଳେ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ ମଧ୍ୟ ଓଡ଼ିଆଙ୍କୁ ସହଯୋଗର ହାତ ବଢ଼ାଇଛି। ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ ତରଫରୁ ପୁନେର ବିଭିନ୍ନ ପ୍ରାନ୍ତରେ ଓଡ଼ିଆଙ୍କ ସମସ୍ୟାକୁ ନଜରରେ ରଖି ଆଗାମୀ ସାହାଯ୍ୟ ସହଯୋଗ ପାଇଁ ଲକ୍ଷ୍ୟ ରଖି କାର୍ଯ୍ୟ ଜାରି ରଖିଛି।

Comment