ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସାରା ବିଶ୍ୱରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି। ଭାରତ ମଧ୍ୟ କରୋନାର କବଳରୁ ବାଦ୍‌ ପଡ଼ିନି। କରୋନା ମୁକାବିଲା ପାଇଁ ଭାରତରେ ୨୧ ଦିନିଆ ତାଲାବନ୍ଦ କରାଯାଇଛି।

coronaଫଳରେ ପ୍ରବାସୀ ଓଡ଼ିଆମାନେ ଦେଶର ଅନେକ ସ୍ଥାନରେ ରୋଜଗାର କରିବାକୁ ଆସି ଫସି ରହିଛନ୍ତି। ପୁନେରେ ପ୍ରବାସୀ ଓଡ଼ିଆମାନେ ତାଲାବନ୍ଦ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି।ନିଜ ପରିବାରକୁ ମନେପକାଇ ଚିନ୍ତାରେ ରହିଛନ୍ତି।

ଏହିଭଳି ପରିସ୍ଥିତିରେ ପୁନେର ସ୍ପ୍ରେଡ୍‌ ହାପିନେସ ଫାଉଣ୍ଡେସନ ତରଫରୁ ଲକ୍‌ଡାଉନରେ ଫସିଥିବା ଓଡ଼ିଆମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ା ଯାଇଥିଲା।

ଲୋକଙ୍କ ସମସ୍ୟା ବୁଝିବା ସହିତ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରାଯାଇଥିଲା। ଏଥି ସହିତ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ରନ୍ଧା ଖାଦ୍ୟ ୪୦୦ ଲୋକଙ୍କୁ ଯୋଗାଇ ଦିଆ ଯାଇଥିଲା। ଆଗକୁ ଆହୁରି ସାହାଯ୍ୟ ସହଯୋଗ ଜାରି ରହିବ ବୋଲି ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ ତରଫରୁ କୁହାଯାଇଛି।

Comment