ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼ ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି

ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି।

ପଖାଳ ଦିବସକୁ ଦୃଷ୍ଟିରେ ରଖି ହୋଟେଲମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ ମାଲିକମାନେ ପଖାଳ ସାଙ୍ଗକୁ ବିଭିନ୍ନ ଭେରାଇଟିର ଆମିଷ ଏବଂ ନିରାମିଷ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। କରୋନା କାରଣରୁ ମଧ୍ୟ ଏଥର ପଖାଳ ଦିବସ ଅଳ୍ପ କିଛି ଫିକା ପଡ଼ିବ ବୋଲି କୁହାଯାଉଛି।

ଅନ୍ୟପଟେ ଲୋକମାନେ ଘରେ ପଖାଳ ପ୍ରସ୍ତୁତ କରି ଖାଉଥିବା ଦେଖିବାକୁ ମିଳିଛି। ପଖାଳ ସାଙ୍ଗକୁ ସୁଆଦିଆ ଆଳୁଭଜା, ଆଳୁ ଭର୍ତ୍ତା, କଦଳୀ ଭଜା, ବଡ଼ି ଚୁରା ଏବଂ ବାଇଗଣ ପୋଡ଼ାରେ ଲୋକମାନେ ପଖାଳ କଂସା ସହିତ ନଜର ଆସୁଛନ୍ତି। ଘରର ବୃଦ୍ଧ ଲୋକଙ୍କଠାରୁ ଆରମ୍ଭ କରି ଛୋଟ ଛୁଆମାନେ ମଧ୍ୟ ଆଜି ପଖାଳ ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରୁଥିବା ଦେଖିବାକୁ ମିଳିଛି।

Comment