ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷ ୨୦୨୪ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସେମାନେ ହେଲେ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରି ରଭକୁନ।

ଏହି ଦୁଇ ବୈଜ୍ଞାନିକଙ୍କୁ ମାଇକ୍ରୋ ଆରଏନଏ ଉପରେ ଗବେଷଣା ଲାଗି ନୋବେଲ ପୁରସ୍କାର ଦିଆଯିବ। ଭିକ୍ଟୋର ଓ ଗ୍ୟାରି ନିଜ ରିସର୍ଚ୍ଚରେ ମଣିଷ ଶରୀରରେ ଜିନ୍ କିପରି କାମ କରୁଛି ଏବଂ ଏହା ଶରୀରରେ ବିଭିନ୍ନ ଟିସୁକୁ କିପରି ସୃଷ୍ଟି କରିଥାଏ ତାହା ଦର୍ଶାଇଛନ୍ତି।

ଚିକିତ୍ସା ଓ ମେଡିସିନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ଚୟନ ସ୍ୱିଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟର ନୋବେଲ୍ ଆସେମ୍ୱଲି ଦ୍ୱାରା କରାଯାଇଥାଏ। ଏଥିରେ ବିଜେତାଙ୍କୁ ନୋବେଲ ପୁରସ୍କାର ସହିତ ୧୧ ମିଲିୟନ ସ୍ୱୀଡିସ୍ କ୍ରାଉନ୍ ଅର୍ଥାତ୍ ଭାରତୀୟ ଟଙ୍କାରେ ୮.୯୦ କୋଟି ଟଙ୍କା ପୁରସ୍କାର ଦିଆଯିବ।

Tags: #NobelPrize #Medicine #VictorAmbros #GaryRuvkun #mRNA #Science

LEAVE A REPLY

Please enter your comment!
Please enter your name here