ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷ ୨୦୨୪ ପାଇଁ ଅର୍ଥନୀତି କ୍ଷେତ୍ରରେ ନୋବଲ ପୁରସ୍କାର ଘୋଷଣା କରାଯାଇଛି। ଏଥର ୩ ଜଣ ବିଶିଷ୍ଟ ଅର୍ଥନୀତିଜ୍ଞ ଡାରେନ୍ ଏସମୋଗ୍ଲୁ, ସାଇମନ ଜନସନ୍ ଏବଂ ଜେମ୍ସ ଏ.ରବିନସନଙ୍କୁ ମିଳିତ ଭାବେ ଏହି ସମ୍ମାନ ମିଳିବ। ସୋମବାର ଏନେଇ ରୟାଲ ସ୍ଵିଡିଶ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଏକ ଅର୍ଥନୈତିକ ସଂସ୍ଥା କିପରି ପ୍ରତିଷ୍ଠା ହୁଏ ଏବଂ ଦେଶରେ ସମୃଦ୍ଧିରେ କିପରି ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ତାହା ଉପରେ ଗଭୀର ଅଧ୍ୟୟନ ପାଇଁ ଏହି ତିନି ଅର୍ଥନୀତିଜ୍ଞଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ।

ଅର୍ଥନୀତିରେ ନୋବେଲ ପାଇବାକୁ ଥିବା ଏହି ୩ ଜଣ ବ୍ୟକ୍ତି ଏବେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି। ଡାରେନ୍ ଏସମୋଗ୍ଲୁ ଓ ସାଇମନ ଜନସନ୍ ମାସାଚୁସଟ୍ସ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ଏବଂ ଜେମ୍ସ ଏ.ରବିନସନ ଚିକାଗୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

Tags: #NobelPrize #Economics #DaronAcemoglu #SimonJohnson #JamesARobinson #USA

Comment