ଓଡ଼ିଶାଲାଇଭ୍ ବ୍ୟୁରୋ

ସତ୍ୟସୁନ୍ଦର ମିଶ୍ରରୁ ସେ ଆଜି ପାଲଟିଛନ୍ତି ସାଧନା ମିଶ୍ର। ଜୀବନ ଯାତ୍ରାରେ ଅନେକ ଘାତ ପ୍ରତିଘାତକୁ ସେ ସାମ୍ନା କରିଛନ୍ତି। ନିନ୍ଦା, ଅପବାଦ ସହି ଆଗକୁ ବଢ଼ିଛନ୍ତି। ଅନେକ ସଂଘର୍ଷ ପରେ କିନ୍ନର ସମାଜରେ ଆଜି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

କେନ୍ଦୁଝରର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ସତ୍ୟସୁନ୍ଦର ଓରଫ୍‌ ସାଧନା ମିଶ୍ର। ଘରର ସାନପୁଅ ହୋଇଥିବାରୁ ସମସ୍ତେ ଗେହ୍ଲାରେ ଡାକନ୍ତି ନିନି। ବାପା ଜଣେ ସରକାରୀ ସ୍କୁଲରେ ପିଅନ ଥିଲେ। ପିଲାଦିନେ ଦେଖିବାକୁ ଖୁବ୍ ଗୁଲୁ ଗୁଲିଆ ଥିଲେ ନିନି। ନିନିଙ୍କ ପାଇଁ ସମସ୍ତଙ୍କ ମନରେ ଆଦର ମଧ୍ୟ ଥିଲା।

ପିଲାବେଳେ ନିଜ ଭଉଣୀଙ୍କ ଡ୍ରେସ ପିନ୍ଧିବା, ସଜେଇ ହେବାକୁ ନିନିଙ୍କୁ ଭଲ ଲାଗୁଥିଲା। ବୟସ ବଢ଼ିବା ସହିତ ତାଙ୍କର ଏ ସବୁ ଇଚ୍ଛା ବି ବଢ଼ିବାକୁ ଲାଗିଲା। ତା’ ଉପରେ ଲାଗିଲା ପରିବାରର କଟକଣା। ସେ ବୁଝିପାରୁନଥିଲେ କିଛି। ଛୋଟବେଳରୁ ହିଁ ନିଜ ସମ୍ପର୍କୀୟ ତାଙ୍କ ସହିତ ଅଲଗା ବ୍ୟବହାର କରୁଥିଲେ।

ଧୀରେ ଧୀରେ ସେ ବୁଝିବା ଆରମ୍ଭ କଲେ ସେ ପୁଅ ନୁହନ୍ତି କି ଝିଅ ନୁହନ୍ତି, ସେ ଟିକିଏ ଭିନ୍ନ। ତାଙ୍କୁ ଏହି ଭିନ୍ନ ପରିଚୟ ପାଇଁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଛି।

ଓଡ଼ିଶାଲାଇଭ୍ ସହ ସ୍ୱତନ୍ତ୍ର ସାକ୍ଷାତକାରରେ କିନ୍ନର ସାଧନା ମିଶ୍ର ତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀ ବର୍ଣ୍ଣନା କରିଛନ୍ତି। ଦେଖନ୍ତୁ ଭିଡିଓ।

Tags: #SadhanaMishra #Transgender #personalife #Interview

LEAVE A REPLY

Please enter your comment!
Please enter your name here