ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧନା ମିଶ୍ର ଏକ ପରିଚିତ ଚେହେରା। ଅନେକ ସଂଘର୍ଷ ଏବଂ ପରିଶ୍ରମ ବଳରେ ସେ କିନ୍ନରସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
କେନ୍ଦୁଝରର ଏକ ନିମ୍ନ ମଧ୍ୟବିତ ପରିବାରରେ ଜନ୍ମ ହୋଇଥିଲେ ସତ୍ୟସୁନ୍ଦର ଓରଫ୍ ସାଧନା ମିଶ୍ର। ଘରର ସାନପୁଅ ହୋଇଥିବାରୁ ସମସ୍ତେ ଗେହ୍ଲାରେ ଡାକନ୍ତି ନିନି।
ପିଲାବେଳେ ନିଜ ଭଉଣୀଙ୍କ ଡ୍ରେସ ପିନ୍ଧିବା ଏବଂ ସଜେଇ ହେବାକୁ ତାଙ୍କୁ ଭଲ ଲାଗୁଥିଲା। କିନ୍ତୁ ବୟସ ବଢ଼ିବା ସହିତ ତାଙ୍କର ଏ ସବୁ ଇଚ୍ଛା ବି ବଢ଼ିବାକୁ ଲାଗିଲା। କିନ୍ତୁ ସେତବେଳେ ତା’ ଉପରେ ଲାଗିଲା ପରିବାରର କଟକଣା।
ଅନ୍ୟମାନଙ୍କ ପରି ଦିନେ ପ୍ରେମରେ ପଡ଼ିଥିଲେ ସାଧନା। ନିଜ ପ୍ରେମକୁ ନେଇ ସାଧନା କୁହନ୍ତି, “ମତେ ଅନେକଥର ପ୍ରେମ ହେଇଛି। ମୋର ମନ ଏବେବି ସତେଜ ଅଛି। ମୋ ମନ ପସନ୍ଦର ଜୀବନସାଥୀ ଅପେକ୍ଷାରେ ମୁଁ ଅଛି।”
ସାଧନା ମିଶ୍ରଙ୍କ ପ୍ରେମ, ଜୀବନ ସଂଘର୍ଷ ସମ୍ପର୍କ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।
Tags: #SadhanaMishra #Transgender #Inspiration #Odisha