ଓଡ଼ିଶାଲାଇଭ୍ ବ୍ୟୁରୋ

“ମୁଁ ହସିବି ସମସ୍ତଙ୍କୁ ହସେଇବି। ଜୀବନ ବା କେତେଦିନ ଆଜି ଅଛି କାଲିକି ନାହିଁ। ମୁଁ ଏମିତି ଗୋଟେ ପରିଚୟ ସୃଷ୍ଟି କରିକି ଯିବି ଯାହାଦ୍ୱାରା ଅନେକ ପିଲା ଉପକୃତ ହେବେ”, କହିଛନ୍ତି କିନ୍ନର ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାଧନା ମିଶ୍ର।

ସାଧନାଙ୍କ ଜନ୍ମ କେନ୍ଦୁଝରରେ। ଏକ ନିମ୍ନ ମଧ୍ୟବିତ ପରିବାରରେ ପୁଅ ଭାବେ ଜନ୍ମ ହୋଇଥିଲା ସେ। ଘରର ସାନପୁଅ ହୋଇଥିବାରୁ ସମସ୍ତେ ଗେହ୍ଲାରେ ତାଙ୍କୁ ନିନି ବୋଲି ଡାକୁଥିଲେ।

ବୟସ ବଢ଼ିବା ସହ ବଦଳି ଥିଲା ନିନିଙ୍କର ପସନ୍ଦ। ପୁଅ ପିଲା ଡ୍ରେସ ଅପେକ୍ଷା ଝିଅଙ୍କ ଡ୍ରେସ ପିନ୍ଧିବା ଏବଂ ସଜ୍ଜେଇ ହେବାକୁ ତାଙ୍କୁ ଭଲ ଲାଗୁଥିଲା।

ହେଲେ ସାଧନାଙ୍କର ପସନ୍ଦ ଉପରେ ଲାଗିଲା ପରିବାରର କଟକଣା। ଏହାରି ଭିତରେ ନିଜର ପରିଚୟ ଖୋଜିବା ପାଇଁ ଆରମ୍ଭ ହୋଇଥିଲା ତାଙ୍କର ସଂଘର୍ଷ। ଏବେ କିନ୍ନର ସମାଜରେ ପରିଚିତ ନାଁ ସାଧନା।

ସାଧନା ମିଶ୍ରଙ୍କ ଜୀବନ ସଂଘର୍ଷ ସମ୍ପର୍କ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #SadhanaMishra #Transgender #Inspiration #Odisha

LEAVE A REPLY

Please enter your comment!
Please enter your name here