ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ଘାତ ପ୍ରତିଘାତ ଏବଂ ସଂଘର୍ଷ ପରେ କିନ୍ନର ସମାଜରେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସାଧନା ମିଶ୍ର।
କେନ୍ଦୁଝର ଜିଲ୍ଲାର ଏକ ବ୍ରହ୍ମଣ ପରିବାରରେ ପୁଅ ଭାବେ ଜନ୍ମ ହୋଇଥିଲେ ସାଧନା। ବାପା ମା’ ନାଁ ରଖିଥିଲେ ସତ୍ୟସୁନ୍ଦର। ବୟସ ବଢ଼ିବା ସହ ବଦଳିଥିଲା ସତ୍ୟସୁନ୍ଦରଙ୍କ ପରିଚୟ। ପରେ ସେ ପରିବାର ଓ ସମାଜ ସହ ଲଢ଼ି ସତ୍ୟସୁନ୍ଦରରୁ ପାଲଟିଲେ ସାଧନା ମିଶ୍ର।
ସାଧନା କୁହନ୍ତି, କିନ୍ନରଙ୍କ ପାଖରେ ଅନେକ ଦକ୍ଷତା ଅଛି, କିନ୍ତୁ ସୁଯୋଗର ଅଭାବ ରହିଛି। ସରକାରଙ୍କ ପକ୍ଷରୁ କିନ୍ନରଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ସୃଷ୍ଟି ହେଲେ ସମସ୍ତେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ।
କିନ୍ନର ଭାବେ ସମାଜରେ ବଞ୍ଚିବା ସହଜ ନୁହେଁ ବୋଲି ସେ କୁହନ୍ତି। ଭୁବନେଶ୍ଵରସ୍ଥିତ କିମସରେ ସୋସିଆଲ ଡେଭଲପମେଣ୍ଟ ଅଫିସର ଭାବେ କାମ କରୁଛନ୍ତି ସାଧନା। କିନ୍ନର ସମାଜରେ ସ୍ଵତନ୍ତ୍ର ପରିଚୟ ଏବଂ ରୋଜଗାର ପନ୍ଥା ସାଧନାଙ୍କୁ ମିଳିଛି। କିନ୍ତୁ ଅନେକ କିନ୍ନର ନିଜର ପରିଚୟ ପାଇଁ ସଂଘର୍ଷ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।
Tags: #SadhanaMishra #Transgender #personalife #Interview