ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ପୋଲିସକୁ ବଡ଼ ସଫଳତା। ରାଜ୍ୟ ବାହାରକୁ ଚାଲାଣ ପାଇଁ ବାରାକୋଡ଼ା ଜଙ୍ଗଲରେ ଗଛିତ ଥିବା ୧୩ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ।

ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ନେନ୍ଦନ ଗାଁ ନିକଟସ୍ଥ ବାରାକୋଡ଼ା ଜଙ୍ଗଲରେ ଗଚ୍ଛିତ ରହିଥିବା ଏହି ଗଞ୍ଜେଇକୁ ଜବତ କରାଯାଇଛି। ଗଞ୍ଜେଇ ଚୋରା କରିବା ଅଭିଯୋଗରେ କରଡ଼ାପଡ଼ା ଗାଁର ବାସୁଦେବ ଦନ୍ତାଙ୍କୁ ଗିରଫ କରିଛି ପୋଲିସ।

ବାରାକୋଡ଼ା ଜଙ୍ଗଲରେ ବାହାର ରାଜ୍ୟକୁ ଚାଲାଣ ପାଇଁ ଗଞ୍ଜେଇ ରଖାଯାଇଥିବା ବୌଦ୍ଧ ପୋଲିସ ସୂଚନା ପାଇବା ପରେ ଆରମ୍ଭ ହୋଇଥିଲା ଅପରେସନ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗଞ୍ଜେଇ ଛାଡ଼ି ଚମ୍ପଟ ମାରିଥିଲେ ଚାଲାଣକାରୀ। ତେବେ ଜଣଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଥିଲା।

ପରେ ପୋଲିସ ଗଞ୍ଜେଇ ସହ ଗଞ୍ଜେଇ ବୋଝୋଇ ହୋଇଥିବା ଗାଡ଼ିକୁ ଜବତ କରିଛି। ଗରିଫ ପରେ ଅଭିଯୁକ୍ତ ବାସୁଦେବ ଦନ୍ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Tags: #GanjaExport #GanjaSeized #BoudhPolice #Odisha

Comment