ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରଦ ଦାଶ): ବୌଦ୍ଧ ପୋଲିସ ନିକଟରେ ମଙ୍ଗଳବାର ଦିନ ଦୁଇଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇଜଣ ହେଉଛନ୍ତି ମନିଷା ଥାଟି ଏବଂ ଚମ୍ପା କୋରମ। ଦୁହେଁ କେକେବିଏନ ମାଓବାଦୀ ଡିଭିଜନର ସଦସ୍ୟ ଥିଲେ।

ମନିଷା ଥାଟି ଏବଂ ଚମ୍ପା କୋରମ ଗତ ୫ ବର୍ଷ ଧରି କେକେବିଏନ ମାଓବାଦୀ ଡିଭିଜନର ସକ୍ରିୟ ସଦସ୍ୟ ଥିଲେ। ଉଭୟଙ୍କର ଘର ଛତିଶଗଡ଼ ବିଜାପୁର ଅଞ୍ଚଳରେ। ଗତ ୬ ମାସ ହେଲା ବୌଦ୍ଧ ଓ କନ୍ଧମାଳରେ ସକ୍ରିୟ ରହିଛି କେକେବିଏନ ମାଓବାଦୀ ଡିଭିଜନ।

ମାଓବାଦୀ ସଂଗଠନରେ ମିଶିବା ପରଠାରୁ ସେମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିଲା। ସଂଗଠନର ପୁରୁଣା ସଦସ୍ୟମାନେ ମହିଳା ମାଓବାଦୀମାନଙ୍କୁ ନିର୍ଯାତନା ଦେଉଛନ୍ତି। ମାଓବାଦୀ ସଂଗଠନରେ ନିଶାଦ୍ରବ୍ୟ କାରବାର କରାଯାଉଥିବା ଆତ୍ମସମର୍ପଣ କରିବା ସମୟରେ ପୋଲିସକୁ ସୂଚନା ଦେଇଛନ୍ତି ମନିଷା ଓ ଚମ୍ପା।

ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ମନିଷା ଏବଂ ଚମ୍ପାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

Tags: #WomenMaoistSurrendered #Boudha #BoudhPolice #Odisha

Comment