ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ଲାଗି ସମ୍ବଲପୁରସ୍ଥିତ ଓଡ଼ିଶା ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରିରେ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନ ‘ଐକ୍ୟମ୍’ ଆୟୋଜିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୪ ଜଣ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇ ନିଜର ଚିତ୍ରକଳା ପ୍ରଦର୍ଶନ କରିଥିଲେ।
‘ଐକ୍ୟମ୍’ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ ବୃନ୍ଦାବନ ମହାରଣା ଯୋଗ ଦେଇଥିଲେ। ଦୁଃଖିଶ୍ୟାମ ସେବକ, ପବିତ୍ର ମୋହନ ସତପଥୀ ଓ ସୁଧାଂଶୁ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବ ଚିତ୍ରଶିଳ୍ପୀଙ୍କ କଳାକୃତିକୁ ଉଚ୍ଚ ପ୍ରଶଂସା କରିଥିଲେ।
ଚାରିଦିନ ଧରି ଚାଲିଥିବା ଏହି ଚିତ୍ରକଳା ପ୍ରଦର୍ଶନୀକୁ ସମ୍ବଲପୁର ତଥା ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୩୯ ଜଣ କଳାପ୍ରେମୀ ପରିଦର୍ଶନ କରି ଚିତ୍ର ଓ ଚିତ୍ରକରମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରଦର୍ଶନୀରେ କେଦାର ନାୟକଙ୍କ ସମେତ ହୃଷୀକେଶ ରଣା, ଏମ ସାଇ ଜନାର୍ଦ୍ଦନ ଆଚାର୍ଯ୍ୟ, ପ୍ରେମଚାନ୍ଦ ରାଉତ, ପ୍ରଭୁ ଦୟାଲ ତିର୍କୀ, ପି ବି ଗଣେଶ, ଶାନ୍ତନୁ କୁମାର ମେହେର, ବିଦ୍ୟାପତି ପଧାନ ଏବଂ ସରୋଜ ରଣା ପ୍ରମୁଖଙ୍କ ଚିତ୍ତାକର୍ଷକ ଚିତ୍ରକଳା ସ୍ଥାନ ପାଇଥିଲା।
କେଦାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଶେଷରେ ଚିତ୍ରଶିଳ୍ପୀ ବିଦ୍ୟାପତି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #ArtExhibition #Painting #Sambalpur #Odisha