ଓଡ଼ିଶାଲାଇଭ୍ ବ୍ୟୁରୋ

ସାହିତ୍ୟ ପତ୍ରିକା ‘ସୁଚିତ୍ରା’ର ପଞ୍ଚମ ସ୍ଵନକ୍ଷତ୍ର ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ‘ସୁଚିତ୍ରା ଶିଶୁ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଛି।

ପ୍ରଶାନ୍ତ କୁମାର ମଙ୍ଗରାଜ ୧୮ ଖଣ୍ଡରୁ ଊର୍ଦ୍ଧ୍ଵ ଓଡ଼ିଆ ଶିଶୁ ଉପନ୍ୟାସ ରଚନା କରିଛନ୍ତି। ତାଙ୍କ ରଚିତ ‘ବଣରେ ଲାଗିଛି ନିଆଁ’, ‘ଆଖି ଖୋଲିଦେଲେ ଆଚାର୍ଯ୍ୟ ବାବୁ’, ‘ନରକପୁରରେ ନବେଦିନ’, ‘ବିଷ ମଣିଷ’, ‘କୁନି ବଣି’, ‘ମୁଁ ବି ଆମ୍ବେଦକର’ ଆଦି ଖୁବ୍ ପାଠକୀୟ ଆଦୃତି ଲାଭ କରିଛି।

ଡକ୍ଟର ଦୀପ୍ତି କୁମାର ପଟ୍ଟନାୟକଙ୍କ ସଭାପତିତ୍ଵ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସଭାଗୃହରେ ଆୟୋଜିତ ‘ସୁଚିତ୍ରା’ର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବରେ ସିନେ ଅଭିନେତ୍ରୀ ତଥା ନୃତ୍ୟ ନିର୍ଦେଶିକା ତପସ୍ଵିନୀ ଗୁରୁ ମୁଖ୍ୟ ଅତିଥି ଯୋଗ ଦେଇଥିବାବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଅଧ୍ୟାପକ ମନୋଜ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ବାଦ ସମ୍ବଲପୁର ସଂସ୍କରଣର ମୁଖ୍ୟ ସମ୍ପାଦକ କବି ଲକ୍ଷ୍ମୀନାରାୟଣ ହୋତା ଓ ଚଳଚ୍ଚିତ୍ର କଳା ନିର୍ଦେଶକ କଳିଙ୍ଗ କେଶରୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Tags: #SuchitraSamman #PrasantKumarMangaraj #Sambalpur #Naktideul #Odisha #SuchitraShishuSahityaSamman

Comment