ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଭାବେ ସୁରେଶ ପନ୍ତ ନିଯୁକ୍ତ ହୋଇଛନ୍ତି। ସେ ରାଜ୍ୟ ପିସିସିଏଫ୍‌ ଭାବେ ଦେବୀଦତ୍ତ ବିଶ୍ୱାଳଙ୍କ ସ୍ଥାନ ନେବେ। ଏନେଇ ଶନିବାର ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବର୍ତ୍ତମାନ ରାଜ୍ୟର ପିସିସିଏଫ୍ ଥିବା ଦେବୀଦତ୍ତ ବିଶ୍ୱାଳ ଅବସର ନେଇଛନ୍ତି। ତାଙ୍କ ସ୍ଥାନରେ ସୁରେଶ ପନ୍ତଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ସେ ପିସିସିଏଫ୍ ସହ ରାଜ୍ୟ ଜଙ୍ଗଲ ଫୋର୍ସର ନେତୃତ୍ଵ ନେବେ।

ସୁରେଶ ପନ୍ତ ଜଣେ ୧୯୯୦ ବ୍ୟାଚର ଭାରତୀୟ ବନ ସେବା (ଆଇଏଫଏସ୍‌) ଅଧିକାରୀ। ବର୍ତ୍ତମାନ ସେ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି)ର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଅଛନ୍ତି।

ସୁରେଶ ପନ୍ତ ଓଏଫଡିସିରେ ଯୋଗଦେବା ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍‌) ଭାବରେ କାର୍ଯ୍ୟ କରିଥିଲେ। ପରେ ତାଙ୍କୁ ୨୦୧୮ ମସିହାରେ ବ୍ରହ୍ମପୁର ସର୍କଲର ଆରସିସିଏଫ ଭାବରେ ଦାୟିତ୍ଵ ମିଳିଥିଲା।

Tags: #SureshPant #PCCF #Forests #ForestDept #Odisha

Comment