ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ା): ବ୍ରହ୍ମପୁର-ରୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ନିକଟ ଅଖୁସିଙ୍ଗି ଛକ ନିକଟରେ ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଡିଲ ହେଉଥିବାବେଳେ ଚଢ଼ଉ କରିଲା ଏସଟିଏଫ। ଚଢ଼ଉ ବେଳେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ବୁର୍ଡୁଗୁଡ଼ାର ସମନାସ ରାଇତା ଏବଂ ରାୟଗଡ଼ା ଜିଲ୍ଲା ଟୁଆଗୁଡ଼ିର ଅଶ୍ଵିନୀ ଶବର। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ବଜ୍ରକାପ୍ତାକୁ ବନ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

Tags: #Rayagada #Gajapati #PangolinSmuggling #STF #ForestDept #Odisha

LEAVE A REPLY

Please enter your comment!
Please enter your name here