ଓଡ଼ିଶାଲାଇଭ୍ ବ୍ୟୁରୋ

ବଜ୍ରକାପ୍ତା ଚୋରା ଚାଲାଣ କରିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି କୋରାପୁଟ ଏସଟିଏଫ।

(ଜୟପୁର): କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଖୋଡୁପଦର ଛକ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରିଛି କୋରାପୁଟ ଏସଟିଏଫ। ଗିରଫ ଅଭିଯୁକ୍ତମାନେ ହେଲେ ଦୁର୍ଯ୍ୟ ମାଟପଡ଼ିଆ ଓ କାର୍ତ୍ତିକ ହରିଜନ।

ଦୁର୍ଯ୍ୟ ମାଟପଡ଼ିଆ ଓ କାର୍ତ୍ତିକ ହରିଜନ ଗୋଟିଏ ବଜ୍ରକାପ୍ତକୁ ପଡ଼ୋଶୀ ରାଜ୍ୟକୁ ଚାଲାଣ କରିବାକୁ ଖୋଡ଼ୁପଦର ଛକ ନିକଟରେ ଯୋଜନା କରୁଥିବା ଖବର କୋରାପୁଟ ଏସଟିଏଫ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Tags: #Koraput #Pangoli #PangolinSmuggling #STF #ForestDept #Odisha

Comment