ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ୟ ଜାତିର ଝିଅକୁ ବିବାହ କରି ନିଜ ଜାତିରୁ ୧୨ ବର୍ଷ ପାଇଁ ବାସନ୍ଦ ହେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ କୁମାର ମାଝୀ। ଧାମନାଗୁଡ଼ାଠାରେ ଅନୁଷ୍ଠିତ ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟି ବୈଠକରେ ପ୍ରଦୀପ ମାଝୀଙ୍କୁ ସାମାଜିକ ବାସନ୍ଦ ଦଣ୍ଡରେ ଦଣ୍ଡିତ କରାଯାଇଛି।
ପ୍ରଦୀପ କୁମାର ମାଝୀଙ୍କ କୌଣସି କାର୍ଯ୍ୟରେ ଆଦିବାସୀ ସମାଜର କେହି ଯୋଗ ଦେବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ନୂଆ ଘଟଣା ନୁହେଁ, ପୂର୍ବରୁ ପ୍ରଦୀପ ମାଝୀ ନିଜ ଭଉଣୀଙ୍କ ବିବାହ ଅଲଗା ଜାତିରେ କରାଇ ଜାତି ଭାଇଙ୍କ ଅସନ୍ତୋଷର କାରଣ ପାଲଟି ଥିଲେ।
ମାର୍ଚ୍ଚ ୧୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ସୁଶ୍ରୀ ସଙ୍ଗିତା ସାହୁଙ୍କୁ ଗୋଆରେ ବିବାହ କରିଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ନିଜ ଜାତି ଛାଡ଼ି ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଦୀପ ମାଝୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ଆଦିବାସୀ ଭତରା କେନ୍ଦ୍ରୀୟ କମିଟି। ଏହା ପରେ ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟି ବୈଠକ ବସି ପ୍ରଦୀପ ମାଝୀଙ୍କୁ ସାମାଜିକ ବାସନ୍ଦ ଦଣ୍ଡ ଦିଆଯାଇଛି।
Tags: #FormerMPPradeepKumarMajhi #IntercasteMarriage #Controversy #Ostracised #Nabarangpur #Odisha