ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ବନ୍ଧନରୁ ମୁକ୍ତ ହୋଇଛନ୍ତି ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା। ଆଧିକରିକ ଭାବେ ଉଭୟଙ୍କ ଛାଡ଼ପତ୍ର ହୋଇଛି। ଗୁରୁବାର ମୁମ୍ବାଇ ଫ୍ୟାମିଲି ହାଇକୋର୍ଟ ସେମାନଙ୍କର ପାରସ୍ପରିକ ସହମତିରେ ଛାଡ଼ପତ୍ର ଆବେଦନ ଗ୍ରହଣ କରିଛନ୍ତି।

ମାତ୍ର ୪ ବର୍ଷର ବୈବାହିକ ଜୀବନ ପରେ ପରସ୍ପର ଠାରୁ ଅଲଗା ହୋଇଛନ୍ତି ଚହଲ ଓ ଧନଶ୍ରୀ। ତେବେ ଆନୁଷ୍ଠାନିକ ଭାବେ ଛାଡ଼ପତ୍ର ପୂର୍ବରୁ ହିଁ ସେମାନେ ପରସ୍ପର ଠାରୁ ଅଲଗା ରହୁଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଲାଗି ରହିଥିଲା।

କିଛି ଦିନ ପରସ୍ପରକୁ ଡେଟ୍ କରିବା ପରେ ୨୦୨୦ ଡିସେମ୍ବର ୨୨ରେ ବିବାହ କରିଥିଲେ ଧନଶ୍ରୀ ଏବଂ ଚହଲ। ହେଲେ ୨୦୨୨ ମସିହାରେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ସେମାନେ ପ୍ରଥମେ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିଲେ, ଏହାପରେ ନିଜ ସରନେମରୁ ‘ଚହଲ’ ହଟାଇ ଦେଇଥିଲେ ଧନଶ୍ରୀ।

Tags: #Chahal-Dhanashree #Divorce #Relationship

LEAVE A REPLY

Please enter your comment!
Please enter your name here