ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାରତ ସରକାର। ସେମାନଙ୍କୁ ମିଳୁଥିବା ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରାଯାଇଛି। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏହି ଘୋଷଣା ପରେ ଏବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ବଢ଼ି ୫୫ ପ୍ରତିଶତ ହେବ। ଏହା ୨୦୨୫ ଜାନୁଆରି ମାସରୁ ପିଛିଲା ଭାବେ ଲାଗୁ ହେବ। ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ ମଧ୍ୟ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ହାରରେ ପେନସନ ମିଳିବ।
ଦେଶର ପ୍ରାୟ ୪୮ ଲକ୍ଷ ୬୭ ହଜାର କେନ୍ଦ୍ରୀୟ କର୍ମଚାରୀ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତାରୁ ଉପକୃତ ହେବେ। ଏହାସହ ୬୭ ଲକ୍ଷରୁ ଅଧିକ ପେନସନଭୋଗୀ ଏହାର ଲାଭ ଉଠାଇବେ।
ଏହାପୂର୍ବରୁ ୨୦୨୪ ଜୁଲାଇ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଥିଲା। ସେତେବେଳେ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୫୦ ପ୍ରତିଶତରୁ ୫୩ ପ୍ରତିଶତ ଯାଏଁ ବଢ଼ାଇଥିଲେ।
Tags: #CentralGovtEmployees #DearnessAllowance #CabinetDecision #CentralGovt
















