ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ପକ୍ଷ ପାଳନ ଅବସରରେ ‘ବିଦ୍ୟାଭାରତୀ’ ଓ ‘ବହିଘର’ ପକ୍ଷରୁ ‘ଆସ ବହିଟିଏ କିଣିବା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

“ବହି ପରି ବନ୍ଧୁ ନାହିଁ କି ବହିର ବିକଳ୍ପ ନାହିଁ। ବହି ଜୀବନର ସବୁ ବନ୍ଦ ଦ୍ଵାରକୁ ମୁକୁଳା କରିଦିଏ”, ‘ଓଡ଼ିଆ ପକ୍ଷ’ର ୯ମ ଦିବସରେ ‘ଆସ ବହିଟିଏ କିଣିବା’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇଥିବା ବକ୍ତାମାନେ ଏହା କହିଥିଲେ।

‘ବିଦ୍ୟାଭାରତୀ’ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଭୟ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାସ, କବି ଡକ୍ଟର କାଳୀପଦ ପଣ୍ଡା, ସାମାଜିକ କର୍ମୀ ବିକ୍ରମ ପଣ୍ଡା, ‘ମାସ୍’ର ବରିଷ୍ଠ ସଦସ୍ୟ ବିଜୟ ଦାସ ଅଧିକାରୀ, ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ନେତା ହରିପଦ ଭୂୟାଁ, ଅଭିନେତା ଦେବ, ସମାଜସେବୀ ପ୍ରସନ୍ନ ପାତ୍ର, ‘ବୀର ଓଡ଼ିଆ’ର ସଭାପତି ଜ୍ୟୋତିର୍ବିଦ୍ ମନ୍ମଥ ମିଶ୍ର ପ୍ରମୁଖ ଯୋଗ ଦେଇ ପୁସ୍ତକର ଉପାଦେୟତା ଏବଂ ପୁସ୍ତକ କ୍ରୟ ଓ ପଠନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।

ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ‘ବହିଘର’ର ନିର୍ଦ୍ଦେଶିକା ମଞ୍ଜୁଲତା ବଳ, ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, କବି ପ୍ରଭାକର ସାହୁ, ପଦ୍ମଲୋଚନ ପ୍ରଧାନ, ଏବିଇଓ କୃଷ୍ଣା ପ୍ରଧାନ, ଦେବାଶିଷ ସିଂହ, ତୃପ୍ତିରାଣୀ ପାତ୍ର, ଦିଲ୍ଲୀପ ଦାସ, ଲଳିତ ମୋହନ ଦାସ, ଚିଦାନନ୍ଦ ଅର୍ପିତା, ମଧୁସୂଦନ ମିଶ୍ର, ଡାକ୍ତର ତୁହିନା ତ୍ରିପାଠୀ, ଡକ୍ଟର ସଂଗୀତା ନନ୍ଦ ଓ ସୂର୍ଯ୍ୟକାନ୍ତ ଷଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ବିଦ୍ୟାଭାରତୀ’ର ନିର୍ଦ୍ଦେଶକ ଅଭୟ ଦାସଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଶେଷରେ ସମାଜସେବୀ ଦେବାଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Tags: #OdishaPakhya #Seminar #Bidyabharati #Bahighara #asabahitiakiniba #Odisha

Comment