ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ରାଜ୍ୟ ସ୍ତରୀୟ ପେଞ୍ଚାକ ସାଇଲାଟ ସେମିନାର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଗାନ୍ଧୀ ନଗର ସ୍ଥିତ ବୈଭବ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକଙ୍କୁ କ୍ରୀଡ଼ା ସହ ଜଡ଼ିତ ରହିବା ଆବଶ୍ୟକ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷ କୁନୁ ନାୟକ ଏବଂ ସଂଘ ଉପଦେଷ୍ଟା ତଥା ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ସମାଜସେବୀ ଜଗନ୍ନାଥ ମହାପାତ୍ର, ଜିଲ୍ଲା ଓକିଲ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଜିଲ୍ଲା କ୍ରୀଡ଼ା ସଂଘ ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ରେଡକ୍ରସ ସଂଯୋଜକ ଅଖିଳ କୁମାର ଭଟ୍ଟ ଏବଂ ପେଞ୍ଚାକ ସାଇଲାଟର ଅନ୍ତର୍ଜାତୀୟ ରେଫରି ପ୍ରେମସିଂ ଥାପା ପ୍ରମୁଖ ଉପସ୍ଥିତ ରହି ବିଜୟୀ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମକୁ ସଂଘର ଉପଦେଷ୍ଟା ଜଗନ୍ନାଥ ବେହେରା ପରିଚାଳନା କରିଥିବାବେଳେ ସଂଘ ସଭାପତି ଦୀପକ ସାହୁ, କୋଷାଧ୍ୟକ୍ଷ ତ୍ରିପତି ବେହେରା ଏବଂ ଲିଙ୍ଗରାଜ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି ସେମିନାରରେ ରାଜ୍ୟର ୨୦ଟି ଜିଲ୍ଲାରୁ ସମସ୍ତ ସଂଘର ସମ୍ପାଦକ, କୋଚ, ରେଫରି ଏବଂ କ୍ରୀଡ଼ା ବିଚାରକ ଯୋଗ ଦେଇଛନ୍ତି। କୋଚ ପ୍ରେମସିଂ ଥାପା ଏବଂ ହରିଶ ବେହେରା ପେଞ୍ଚାକ ସାଇଲାଟ କ୍ରୀଡ଼ାରେ ପରିବର୍ତ୍ତନ କରାଯାଇଥିବା ନିୟମ ଏବଂ ବୈଷୟିକ ଜ୍ଞାନକୌଶଳ ପ୍ରଶିକ୍ଷଣ ଦେଇଥିଲେ।

Tags: #PencakSilatSeminar #Sports #Health #SadhashivPradhani #Nabarangpur

LEAVE A REPLY

Please enter your comment!
Please enter your name here