ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କର ପିରିୟଡ୍ସରେ ଅନିୟମିତତା ଦେଖାଦେଉଛି। କେତେକ ମହିଳାଙ୍କର ଡେରିରେ ପିରିୟଡ୍ ହେଉଥିବା ବେଳେ କେତେକଙ୍କର ସମୟ ଆଗରୁ ଏବଂ ଦୁଇ ମାସରେ ଥରେ ପିରିୟଡ୍ ହେଉଛି।
ତେବେ ପିରିୟଡ୍ସରେ ଅନିୟମିତତା କାହିଁକି ହୁଏ, ପିରିୟଡ୍ସ ସରିବା ପରେ ପୁଣି ରକ୍ତସ୍ରାବ ହେବାର କାରଣ କ’ଣ, ପିରିୟଡ୍ ସାଇକେଲ ସ୍ୱାଭାବିକ ହେବା ପାଇଁ କ’ଣ କରିବେ, ଏ ସମସ୍ତ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କୁସୁମ ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।
ପିରିୟଡ୍ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ’ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।
ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ (ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଅଭିଯାନର ଅଫିସିଆଲ୍ ପାର୍ଟନର), ସ୍ୱାସ୍ଥ୍ୟପ୍ଲସ୍ ନେଟ୍ଓ୍ୱର୍କ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର ଏବଂ ପାରାଦୀପ ଫସ୍ଫେଟ୍ସ ଲିମିଟେଡ୍ ପାର୍ଟନର ରହିଛନ୍ତି।
Tags: #IrregularPeriods #MHDay2025 #LetsTalkPeriods #PeriodFriendlyWorld