ଓଡ଼ିଶାଲାଇଭ୍ ବ୍ୟୁରୋ
ସାଙ୍ଗରେ ଏଟିଏମ୍ କାର୍ଡ ନେବାକୁ ଭୁଲି ଯାଇଛନ୍ତି ଏବଂ ନଗଦ ଟଙ୍କାର ଆବଶ୍ୟକତା ରହିଛି। ତେବେ କେମିତି ଉଠାଇବେ ଟଙ୍କା ତାକୁ ନେଇ ଚିନ୍ତା ବଢ଼ିଯାଇଛି। ଏଣିକି ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ବିନା କାର୍ଡରେ ଏଟିଏମ ମେସିନରୁ ଉଠାଇ ହେବ ଟଙ୍କା।
ବିନା କାର୍ଡରେ ଏଟିଏମରୁ ଟଙ୍କା ଉଠାଇବାକୁ ହେଲେ ପ୍ରଥମେ ଏଟିଏମ ମେସିନର ସ୍କ୍ରିନରେ ‘ୟୁପିଆଇ କ୍ୟାସ୍ ୱିଡ୍ରାଲ’ ବିକଳ୍ପକୁ ଚୟନ କରିବାକୁ ପଡ଼ିବ। ଏହାପରେ ଉଠାଇବାକୁ ଚାହୁଁଥିବା ଟଙ୍କାର ପରିମାଣ ଏଣ୍ଟର କରିବା ହେବ। ସ୍କ୍ରିନରେ ଏକ କ୍ୟୁଆର କୋର୍ଡ ସୋ’ କରିବ।
ଯେକୌଣସି ୟୁପିଆଇ ଆପ୍ ମାଧ୍ୟମରେ କ୍ୟୁଆର କୋଡ୍ ସ୍କାନ କରି ୟୁପିଆଇ ପିନ ଦେଇ ଟ୍ରାନ୍ଜାକ୍ସନ୍ କନ୍ଫର୍ମ କରିବାକୁ ପଡ଼ିବ। କିଛି ସେକେଣ୍ଡ ମଧ୍ୟରେ ଏଟିଏମ ମେସିନରୁ ଟଙ୍କା ବାହାରିଆସିବ। ତେବେ ସମସ୍ତ ଏଟିଏମ ମେସିନରେ ଏହି ସୁବିଧା ଉପଲବ୍ଧ ନଥାଏ।
Tags: #UPICashWithdrawal #ATM #WithdrawCash
















