ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରାଖଣ୍ଡରେ ତାଣ୍ଡବ ରଚିଲା ପ୍ରକୃତି। ଆଖି ପିଛୁଳାକେ ସବୁ ଉଭାନ ହୋଇଗଲା। ଦେଖୁ ଦେଖୁ ମାଟିରେ ମିଶିଗଲା ଗାଁ।
ବାଦଲଫଟା ବର୍ଷା ରଚିଛି ଏହି ତାଣ୍ଡବ। ଆଖି ପିଛୁଳାକେ ଛାରଖାର ହୋଇଯାଇଛି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁ। ଏହି ଘଟଣାର ଭିଡିଓ ସାମାଜିକ ଗଣାମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି।
ମଙ୍ଗଳବାର ଦିନ କ୍ଷୀର ଗଙ୍ଗା ନଦୀ ଅବବାହିକା ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇଥିଲା। ଫଳରେ ଧରାଲି ଗାଁର ବଜାରଠାରୁ ଆରମ୍ଭ କରି ହୋଟେଲ ସବୁକିଛି ପାଣି ସୁଅରେ ଭାସିଯାଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ଏସଡିଆରଏଫ୍, ଏନଡିଆରଏଫ୍ ଓ ସେନା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇ ଘଟଣା ସଂକ୍ରାନ୍ତରେ ବୁଝିଛନ୍ତି।
Tags: #Uttarakhand #FlashFloods #Landslide

















