ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଯାତ୍ରା ଜଗତର ଜଣେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା। ୨୦୧୯ ମସିହାରେ ଖଣ୍ଡଗିରି ଯାତ୍ରାରୁ ଚର୍ଚ୍ଚାକୁ ଆସିଥିଲେ ରାଣୀ। ସେବେଠାରୁ ରାଣୀଙ୍କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ।

ପୁରୀ ଜିଲ୍ଲା କାକଟପୁର ବ୍ଲକର ଏକ ଗାଁରେ ରାଣୀ ପଣ୍ଡାଙ୍କ ଜନ୍ମ। ଅଭାବ ଅନଟନରେ କଟିଥିଲା ରାଣୀଙ୍କ ପିଲାଦିନ। ୧୯୯୯ ବାତ୍ୟା ପରେ ରାଣୀଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ଧୀରେ ଧୀରେ ନିଜ ଜୀବନରେ ସୁଧାର ଆଣିବାକୁ ଚାହିଁଥିଲେ ସେ।

ଭଲ ପୋଷାକ ପିନ୍ଧିବା, ଭଲ ଖାଦ୍ୟ ଖାଇବା ଏବଂ ସୁନ୍ଦର ଜୀବନଟିଏ ବଞ୍ଚିବାକୁ ସ୍ଵପ୍ନ ଦେଖିଥିଲେ ରାଣୀ ପଣ୍ଡା। ଆଖିରେ ଆଖିଏ ସ୍ଵପ୍ନ ନେଇ ମାତ୍ର ୧୪ ବର୍ଷ ବୟସରେ ଘର ଛାଡ଼ି ଥିଲେ ସେ। ଆଶା ଥିଲା ସିନେମାରେ ନାୟିକା ହେବାକୁ। କିନ୍ତୁ ଏହା ସହଜ ନଥିଲା।

କଳା କ୍ଷେତ୍ରକୁ ପ୍ରବେଶ କରିବାକୁ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା। ମଞ୍ଚରେ ଗୀତ ଏବଂ ନୃତ୍ୟ ପରିବେଷଣ କରି ଗୁଜୁରାଣ ମେଣ୍ଟାଉଥିବା ରାଣୀଙ୍କୁ ଓଡ଼ିଆ ସିନେମା ଏବଂ ଧାରାବାହିକରେ କାମ କରିବାର ସୁଯୋଗ ମିଳିଲା।

କୋଭିଡ ମହାମାରୀ ସମୟରେ ଯାତ୍ରାମଞ୍ଚରେ ଅଭିନୟ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ଯାତ୍ରାମଞ୍ଚରୁ ରାଣୀଙ୍କ ପଛରେ ଲାଗିଗଲା ବିବାଦୀୟ ଅଭିନେତ୍ରୀର ଟ୍ୟାଗ୍।

ରାଣୀ କୁହନ୍ତି, “ଦିନେ ସିନେମାରେ ନାୟିକା ହେବାକୁ ଘରୁ ଗୋଡ଼ କାଢ଼ିଥିଲି, ପାଲଟି ଗଲି ବଦନାମ ଗଳିର ମହାରାଣୀ।”

ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ ରାଣୀ ପଣ୍ଡାଙ୍କ ଜୀବନ ଓ ସଂଘର୍ଷର କାହାଣୀ।

Tags: #RaniPanda #JatraActress #Odisha #ControversyQueenRaniPanda

Comment