ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଚାକିରି ପାଇଁ ଏ ଅଫିସରୁ ସେ ଅଫିସକୁ ଦୌଡୁଥିବା ବେଳେ ମତେ ଖରାପ ନଜରରେ ଲୋକମାନେ ଦେଖିଥିଲେ।“

“ମୁଁ ବେଶ୍ୟାବୃତ୍ତି କରି ମଧ୍ୟ ଚଳିପାରିଥାନ୍ତି। ହେଲେ ତାହା ମୁଁ କରୁନି। ପେଟ ପୋଷିବା ପାଇଁ ମୁଁ ଆଇଟମ୍‌ ଡ୍ୟାନ୍ସର ଭାବେ ମଞ୍ଚରେ ନାଚୁଛି” କହିଛନ୍ତି ଆଇଟମ୍‌ ଡ୍ୟାନ୍ସର ରାନୀ ପଣ୍ଡା କହିଛନ୍ତି।

ଆଇଟମ୍ ଡ୍ୟାନ୍ସର ରାନୀ ପଣ୍ଡାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଖଣ୍ଡଗିରି ଯାତ୍ରା ମଞ୍ଚରେ ନିଜ ଅଙ୍ଗଭଙ୍ଗୀ ପ୍ରଦର୍ଶନକୁ ନେଇ ରାନୀ ଏବେ ମିଡିଆ ଏବଂ ସୋସିଆଲ ମିଡିଆର ହେଡ୍‌ଲାଇନ୍ ପାଲଟି ଯାଇଛନ୍ତି। ତେବେ ରାନୀଙ୍କୁ ନେଇ କାହିଁକି ଚର୍ଚ୍ଚା ଏବଂ ତାଙ୍କ ଆଇଟମ୍ ଡ୍ୟାନ୍ସକୁ ନେଇ କାହିଁକୀ ହୋ-ହଲ୍ଲା ତାହା ଜାଣିବା ପାଇଁ ତାଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍‌ କ୍ୟାମେରା ଟିମ୍।

ଓଡ଼ିଶାଲାଇଭ୍‌ କ୍ୟାମେରା ଆଗରେ ରାନୀ ତାଙ୍କ ଡ୍ୟାନ୍ସର ଜୀବନର ଅନେକ ଅକୁହା କଥା ବଖାଣିଛନ୍ତି। ଅକୁହା କଥା କହିବା ବେଳେ ଆଖିରୁ ଲୁହ ଗଡ଼ାଇଥିଲେ ଏହି ଆଇଟମ୍ ଡ୍ୟାନ୍ସର।

ରାନୀ ପଣ୍ଡା କହିଛନ୍ତି, “ମୁଁ ହେଉଛି ବ୍ରାହ୍ମଣ ଘରର ଝିଅ। ମୋ’ ବାପା ଜଣେ ପଣ୍ଡିତ। ସଂସ୍କୃତ ମହାବିଦ୍ୟାଳୟରୁ ମୁଁ ପାଠ ପଢ଼ିଛି। ମୁଁ ଭଲ ପାଠ ପଢ଼ୁଥିଲି। ହେଲେ ମୋ ଜୀବନକୁ ମୁଁ ଭଲଭାବେ ଗଢ଼ି ପାରିଲି ନାହିଁ। ପାଠପଢ଼ା ଶେଷ ହେବା ପରେ ମୁଁ ଏ ଅଫିସରୁ ସେ ଅଫିସକୁ ଚାକିରି ପାଇଁ ବୁଲୁଥିଲି। କିନ୍ତୁ ମତେ ଚାକିରି ଦେବା ବଦଳରେ ଲୋକମାନେ ମତେ ଖରାପ ନଜରରେ ଦେଖିଥିଲେ। ରେପ୍ କରିବା ପାଇଁ ଶହ ଶହ ଲୋକ ମୋ’ ପଛରେ ଗୋଡ଼େଇଥିଲେ। ସେମାନଙ୍କଠୁ ନିଜକୁ ବଡ଼ କଷ୍ଟରେ ରକ୍ଷା କରି ପାରିଥିଲି।”

Comment