ଓଡ଼ିଶାଲାଇଭ୍ ବ୍ୟୁରୋ
ମା’ ହେବାକୁ ଯାଉଛନ୍ତି ବଲିଉଡ ବିଉଟି କ୍ୟାଟ୍ରିନା କୈଫ। ଘରକୁ ଆସିବ ନୂଆ ସଦସ୍ୟ। ବିବାହର ୪ ବର୍ଷ ପରେ ଏହି ଗୁଡନ୍ୟୁଜ ସେୟାର କରିଛନ୍ତି କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶାଲ।
ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଉଭୟ ଭିକି ଓ କ୍ୟାଟ୍ରିନା ଏହି ଆନାଉନ୍ସମେଣ୍ଟ କରିଛନ୍ତି। ଏହି ସେଲିବ୍ରେଟି ଦମ୍ପତି ଲେଖିଛନ୍ତି, “ଆମେ ଆମ ଜୀବନର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ। ଏଥିପାଇଁ ଆପଣମାନଙ୍କର ଆଶୀର୍ବାଦ ଆବଶ୍ୟକ।”
ଏହି ଗୁଡନ୍ୟୁଜ ପରେ କ୍ୟାଟ୍ରିନା ଏବଂ ଭିକିଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।
Tags: #KatrinaKaif #VickyKaushal #PregnancyNews #BollywoodBuzz

















