ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉଥରେ ହେବ ଅସିଷ୍ଟାଣ୍ଟ ସେକସନ ଅଫିସର (ଏଏସଓ) ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା। ଜୁଲାଇ ୧୩ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଆସନ୍ତା ଡିସେମ୍ବର ୭ ତାରିଖରେ ପୁଣି ଥରେ ଏଏସଓ ପରୀକ୍ଷା କରାଯିବ। ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ପୂର୍ବରୁ ଅନୁଷ୍ଠିତ ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ଏହାକୁ ରଦ୍ଦ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଏସଓ ପଦ ପାଇଁ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୭,୧୧୩ ଜଣ ପ୍ରାର୍ଥୀ ଡିସେମ୍ବର ୭ ତାରିଖରେ ପୁଣିଥରେ ମୁଖ୍ୟ ଲିଖିତ ପରୀକ୍ଷା ଦେବେ।
ତିନିଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ଦିନ ୧୧ଟା, ଦ୍ଵିତୀୟ ସିଟିଂ ଦିନ ୧୨ଟାରୁ ଗୋଟାଏ ଏବଂ ତୃତୀୟ ସିଟିଂ ଦିନ ୨ଟା ୩୦ରୁ ଅପରାହ୍ଣ ୪ଟା ୩୦ ଯାଏଁ ହେବ।
ନଭେମ୍ବର ୧୭ରୁ ଡିସେମ୍ବର ୫ ତାରିଖ ଯାଏଁ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଇ-ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ପ୍ରାର୍ଥୀ। ଓଡ଼ିଶା ହାଇକୋର୍ଟଙ୍କ ଅଫିସିଆଲ ଓ୍ଵେବସାଇଟ www.orissahighcourt.nic.in ରୁ ଆଡମିଟକାର୍ଡ ଡାଉନଲୋଡ କରିବାକୁ ପଡ଼ିବ।
Tags: #ASOMainExam #OdishaHighCourt #Career














