ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲା ରାଜ ଭବନର ନାଁ। କେନ୍ଦ୍ର ସରକାର ରାଜ ଭବନର ନାଁ ପରିବର୍ତ୍ତନ କରି ଏହାକୁ ଲୋକ ଭବନ କରିଛନ୍ତି। ରାଜ ଭବନ ଏବେ ଲୋକ ଭବନ ଭାବେ ଜଣାଯିବ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଆଧାରରେ ଭୁବନେଶ୍ଵର ଏବଂ ପୁରୀ ରାଜ ଭବନର ନାଁ ବଦଳିଛି। ଦୁଇ ରାଜ ଭବନ ଏବେ ଲୋକ ଭବନରେ ପରିଣତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ରାଜ ଭବନର ନାମକରଣକୁ ଅନୁମୋଦନ କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି।

ଏହି ନାମ ପରିବର୍ତ୍ତନ ପରେ ରାଜ୍ୟପାଳ ଖୁସି ବ୍ୟକ୍ତ କରିବା ସହ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ଏହି ଭବନ ଲୋକଙ୍କ ପାଇଁ ଉପଯୋଗୀ ହେବ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ କରିବା ସହ ଶାସନ ବ୍ୟବସ୍ଥା ସୁଦୃଢ଼ ହେବ।

Tags: #LokBhawan #RajBhawan #GovernorofOdisha #Odisha

Comment