ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ପରୀ ହତ୍ୟା ମାମଲାରେ ସୋମବାର ରାସ୍ତାକୁ ଓହ୍ଲାଇଛି ବିଜେପି। ଭୁବନେଶ୍ୱର ରାଜଭବନ ସମ୍ମୁଖରେ ବିଜେପି ନେତା ଓ କର୍ମୀ ଗଣଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୃଷିମନ୍ତ୍ରୀଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଦଳ ଏହି ଆନ୍ଦୋଳନ କରୁଛି।

ଏହି ଗଣଧାରଣାରେ ସଭାପତି ସମୀର ମହାନ୍ତିଙ୍କ ଦମେତ ବହୁ ନେତା ସାମିଲ ହୋଇଛନ୍ତି।  ଯେଉଁଯାଏଁ ପରୀକୁ ନ୍ୟାୟ ନମିଳିଛି ସେଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଦଳ ଘୋଷଣା କରିଛି।

ଏହାପୂର୍ବରୁ ବିଧାନସଭାରେ ମଧ୍ୟ ପରୀକୁ ନ୍ୟାୟ ଦାବି କରି ବିଜେପି ହଙ୍ଗାମା କରିଥିଲା। ବିରୋଧୀଙ୍କ ଦାବି ପରେ  ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଘଟଣାର ଏସଆଇଟି ତଦନ୍ତ ଚାଲିଛି। ଏହାପରେ ବି ଦୁଇ ଦୁଇ ଥର ପରୀର ଗାଁ ଯାଇ ପରିବାରକୁ ଭେଟିଛନ୍ତି ବିଜେପି ନେତା।

ଗତ ଶନିବାର ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ନିଜେ ପରୀର ଗାଁ ଯଦୁପୁରକୁ ଯାଇ ଝିଅକୁ ନ୍ୟାୟ ଦିଆଯିବ ବୋଲି ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ।

Comment