ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିଭା ଥିଲେ ପରିଚୟ ନିଶ୍ଚୟ ମିଳିବ। ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଇଣ୍ଡିଆନ ଆଇଡଲର ଜଣେ ପ୍ରତିଯୋଗୀ ସନ୍ନି ହିନ୍ଦୁସ୍ତାନୀ। ଦାରଦ୍ର୍ୟତା ବି ତାଙ୍କ ପ୍ରତିଭା ଆଗରେ ହାର୍‌ ମାନିଛି। ଜୋତା ପଲିସ୍‌ କରି ପରିବାର ପୋଷୁଥିବା ସନ୍ନି ତାଙ୍କ ପ୍ରତିଭା ଯୋଗୁଁ ଏବେ ସମସ୍ତଙ୍କ ନିକଟରେ ପରିଚିତ ହୋଇଛନ୍ତି। ତାଙ୍କର ଚମତ୍କାର କଣ୍ଠ ଲୋକଙ୍କୁ ଦିଓ୍ୱାନା କରିଛି।

ତାଙ୍କ ଗୀତର ଯାଦୁ ଲୋକଙ୍କୁ ପାଗଳ କରିଥିବା ବେଳେ ତାଙ୍କ ପରିବାର ସ୍ଥିତି ବହୁତ ଖରାପ ରହିଛି। ଯାହା ଆପଣ ଜାଣିଲେ ଭାବିବାକୁ ବାଧ୍ୟ ହେବେ ଯେ ସନ୍ନି କିଭଳି ଏହି ସବୁ ସମସ୍ୟାର ସାମ୍ନା କରି ଇଣ୍ଡିଆନ ଆଇଡଲ ମଞ୍ଚ୍‌ ଉପରେ ନିଜର ପ୍ରତିଭାକୁ ଦେଖାଇ ପାରିଲେ?

ସନ୍ନିଙ୍କ ଘର ପଞ୍ଜାବର ବଠିଣ୍ଡା ଜିଲ୍ଲାରେ। ଘୋର ଅଭାବ ଅନାଟନ ମଧ୍ୟରେ ସନ୍ନିଙ୍କ ପରିବାର ଚଳେ। ସନ୍ନିଙ୍କ ଘରେ ଟିଭି ତ ଦୂରର କଥା କବାଟ ଟିଏ ବି ଲାଗିନି। ସନ୍ନିଙ୍କୁ ଟିଭିରେ ଦେଖିବା ପାଇଁ ତାଙ୍କର ୩ ଭଉଣୀ ଓ ମା’ ପଡ଼ୋଶୀ ଘରକୁ ଯାଇଥାନ୍ତି। ସନ୍ନିଙ୍କ ଘରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଗ୍ୟାସ ନାହିଁ। ଏବେବି ତାଙ୍କ ମା’ ମାଟି ଚୁଲିରେ ରୋଷେଇ କରୁଛନ୍ତି।

ଗତ ସପ୍ତାହରେ ଇଣ୍ଡିଆନ ଆଇଡଲ ମଞ୍ଚରେ ସନ୍ନିଙ୍କ ମା’ ଓ ଭଉଣୀଙ୍କୁ ଦେଖିବାକୁ ମିଳିଥିଲା। ସନ୍ନିଙ୍କୁ ଏତେ ବଡ଼ ମଞ୍ଚରେ ଦେଖି ତାଙ୍କ ମା’ ଭାବୁକ ହୋଇପଡ଼ିଥିଲେ। ସନ୍ନି ଖୁବଶୀଘ୍ର ତାଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ସେ କହିଥିଲେ।

ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଜାଣିବା ପରେ ସୋସିଆଲ ମିଡିଆରେ ତାଙ୍କୁ ବିପୁଳ ଭୋଟ ଦେବା ପାଇଁ ଅନୁରୋଧ କରାଯାଇଛି। ସେହିପରି ବଲିଉଡ ଗାୟକ ହିମେଶ ରେଶମିଆଁ ସନ୍ନିଙ୍କୁ ତାଙ୍କର ଫିଲ୍ମରେ ଏକ ଗୀତ ଗାଇବାକୁ ଅଫର କରିଛନ୍ତି।  ସେହିପରି କୁମାର ବ୍ରଦର୍ସ କମ୍ପାନି ବି ତାଙ୍କୁ ଏକ ଗୀତରେ ସାଇନ କରାଇଛି। ଖୁବଶୀଘ୍ର ସନ୍ନି ତାଙ୍କ ମା’ଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ଆଶା କରାଯାଉଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ଓଡ଼ିଶାଲାଇଭ୍ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

LEAVE A REPLY

Please enter your comment!
Please enter your name here