ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ଏମିତି କିଛି ଜଳକୁଣ୍ଡ ରହିଛି ଯାହାର ରହସ୍ୟ ଆଜିବି କେହି ଜାଣି ନାହାନ୍ତି। ଏମିତି ଏକ ରହସ୍ୟମୟୀ ଜଳକୁଣ୍ଡ ଝାଡ଼ଖଣ୍ଡରେ ରହିଛି। ଏହି କୁଣ୍ଡ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଆସନ୍ତୁ ଜାଣିବା ଏହି କୁଣ୍ଡ ବିଷୟରେ…

ଏହି ରହସ୍ୟମୟୀ କୁଣ୍ଡ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ରହିଛି। କୁହାଯାଏ ଆପଣ ଯଦି ଏହି କୁଣ୍ଡ ସାମ୍ନାରେ ବସି ତାଳି ମାରନ୍ତି ତେବେ ପାଣି ଉପରକୁ ଆପେ ଆପେ ଉଠେ। ପାତ୍ରରେ ପାଣି ଫୁଟିଲା ବେଳେ ଯେମିତି ଦିଶେ ଏହାର ଦୃଶ୍ୟ ମଧ୍ୟ ଠିକ୍‌ ସେମିତି ଲାଗେ। ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମଧ୍ୟ ପାଇ ନାହାନ୍ତି। ତେବେ କେବଳ ଏତିକି ନୁହେଁ ଏହି କୁଣ୍ଡର ଆହୁରି ଅନେକ ରହସ୍ୟ ରହିଛି।

ଦଲାହି କୁଣ୍ତ ନାମରେ ଏହି ଜଳକୁଣ୍ଡ ପ୍ରସିଦ୍ଧ। କୁହାଯାଏ ଗରମ ଦିନରେ ଏହି କୁଣ୍ଡ ପାଣି ଥଣ୍ଡା ଓ ଶୀତଦିନରେ ପାଣି ଗରମ ହୋଇଯାଏ। ଏହା ମଧ୍ୟ ଅନ୍ୟ ଏକ ରହସ୍ୟ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି କୁଣ୍ଡ ପାଣିରେ ଗାଧୋଇଲେ ଚର୍ମରୋଗ ଦୂର ହୋଇଥାଏ। ପାଣିରେ ଗନ୍ଧକ ଓ ହିଲିୟମ ଗ୍ୟାସ ଥିବାରୁ ଚର୍ମରୋଗ ଦୂର ହେଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

୧୯୮୪ ମସିହାରୁ ଏଠାରେ ସବୁ ବର୍ଷ ମକର ସଂକ୍ରାନ୍ତି ଅବସରରେ ମେଳାହୁଏ। ବହୂ ଦୂର ଦୂରାନ୍ତରୁ ଏହି ମେଳାକୁ ଲୋକ ଆସନ୍ତି। ଏହି କୁଣ୍ଡ ନିକଟରେ ଦଲାହୀ ଗୋସାଏଁ ନାମରେ ଦେବତା ପୂଜା ପାଉଛନ୍ତି। ଏଠାରେ ରବିବାର ଦିନ ଲୋକ ପୂଜା ଅର୍ଚ୍ଚନା କରନ୍ତି।

LEAVE A REPLY

Please enter your comment!
Please enter your name here