ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରେ ୨୪ ଘଣ୍ଟାରେ ୬ ଜଣ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସେନା। ଗତକାଲି ଗୁଲଗାମ ଜିଲ୍ଲାରେ ୩ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ଆଜି ସୋପିଆନ ଜିଲ୍ଲାରେ ସେନା ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଆତଙ୍କବାଦୀମାନେ ଲୁଚି ଥିବା ଖବର ପାଇ ସେନା, ସିଆରପିଏଫ୍‌ ଏବଂ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ।

ଭାରତ ସେନା ଏହାର କଡ଼ା ଜବାବ ଦେଇଥିଲେ। ସେନାର ଜବାବରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ବେଳେ ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମୃତକ ଆତଙ୍କବାଦୀ କେଉଁ ସଙ୍ଗଠନର ଥିଲେ ତାହା ଜଣାପଡ଼ି ନାହିଁ।

LEAVE A REPLY

Please enter your comment!
Please enter your name here