ଓଡ଼ିଶାଲାଇଭ୍ ବ୍ୟୁରୋ

google-1

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଗଲ୍ ବିଶ୍ୱବ୍ୟାପି ନିଜର କର୍ମଚାରୀଙ୍କୁ ୨୦୨୧ ଜୁଲାଇ ଯାଏଁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ଏନେଇ ଗୁଗଲ୍ ସିଇଓ ସମସ୍ତ କର୍ମଚାରୀଙ୍କୁ ଇମେଲ୍ ଜରିଆରେ ଏହି ବାର୍ତ୍ତା ପଠାଇଛନ୍ତି।

ଭାରତ ସମେତ ବିଶ୍ୱବ୍ୟାପି ଗୁଗଲର ପ୍ରାୟ ଦୁଇ ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି। ତେବେ ଇମେଲ୍ ଜରିଆରେ ସିଇଓ ସୁନ୍ଦର ପିଚାଇ କହିଛନ୍ତି,”କର୍ମଚାରୀମାନଙ୍କୁ ଆଗାମୀ ଯୋଜନା ପ୍ରସ୍ତୁତ କରିବାର ସୁଯୋଗ ଦେବା ସହ ଘରୁ କାମ କରିବାର ଅବଧିକୁ ୨୦୨୧ ଜୁଲାଇ ମାସ ଯାଏଁ ବଢ଼ାଇଦିଆଯାଉଛି। ସେପର୍ଯ୍ୟନ୍ତ କାର୍ଯ୍ୟାଳୟ ଆସିବାର କୌଣସି ଆବଶ୍ୟକତା ନାହିଁ।“

google ceo

ତେବେ ଭାରତରୁ ପ୍ରାୟ ୫ ହଜାର କର୍ମଚାରୀ ଗୁଗଲରେ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହାଇଦରାବାଦ ଏବଂ ବେଙ୍ଗାଳୁରୁର ଅଟନ୍ତି। ନିକଟରେ ସୁନ୍ଦର ପିଚାଇ ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛନ୍ତି ଏବଂ ଆଗାମୀ ବର୍ଷରେ ଭାରତର ଅର୍ଥନୀତିକୁ ଡିଜିଟାଲ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି।

LEAVE A REPLY

Please enter your comment!
Please enter your name here