ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଟୋବର ଶେଷ ସୁଦ୍ଧା ବାହାରିବ ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଫଳ। ଏନେଇ ଓଜେଇଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଫଳ ପ୍ରକାଶ ପାଇବା ପରେ ସରକାରୀ ଏବଂ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମ ଲେଖାଇବା ପାଇଁ  କାଉନସିଲିଂ ପ୍ରକ୍ରିୟାର କାର୍ଯ୍ୟସୂଚୀ ଓଜେଇଇ ପକ୍ଷରୁ ପ୍ରକାଶ ପାଇବ।

ଚଳିତ ବର୍ଷ ଏହି ପରୀକ୍ଷା ଅକ୍ଟୋବର ୧୩ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ୭୯ ହଜାର ୭୮୮ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ରାଜ୍ୟର ୨୧ଟି ସହରର ୫୪ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହୋଇଥିଲା।

ଓଡ଼ିଶା ବାହାରେ ଝାଡ଼ଖଣ୍ଡର ରାଞ୍ଚି, ପଶ୍ଚିମବଙ୍ଗର କୋଲକାତା ଓ ବିହାରର ପାଟଣାରେ ୫ଟି ପରୀକ୍ଷାକେନ୍ଦ୍ରରେ ଓଜେଇଇ ପରୀକ୍ଷା ହୋଇଥିଲା।

LEAVE A REPLY

Please enter your comment!
Please enter your name here