ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ। ଆଜି ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।

ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ରାଜ୍ୟ ସରକାର ଏଥିପାଇଁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ପାଇକ ବିଦ୍ରୋହର ବୀରମାନଙ୍କ ସଂଗ୍ରାମ ଏବଂ ବଳିଦାନକୁ ସମ୍ମାନ ଜଣାଇ ‘ପାଇକ ସ୍ମାରକୀ’ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୯.୬୮୫ ଡିସିମିଲ ଜମି ଯୋଗାଇ ଦେବେ। ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ ପାଦ ଦେଶରେ ପାଇକ ବିଦ୍ରୋହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ପାଇକ ସ୍ମାରକୀ’ ନିର୍ମାଣ ହେବ।

Tags: #CabinetMeeting #StateCabinet #PaikaSmaraki

LEAVE A REPLY

Please enter your comment!
Please enter your name here