ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟ ନାରାୟଣ ଦଳାଇ। ଜଣେ ମହିଳା ହିତାଧିକାରୀଙ୍କ ଡଙ୍ଗର ଜମି ପଟ୍ଟାକୁ ଘରବାରି ପଟ୍ଟାରେ ପରିଣତ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଥିଲେ ସତ୍ୟନାରାୟଣ। ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ କୋରାପୁଟ ଏବଂ ପଟାଙ୍ଗି ସ୍ଥିତ ବାସଭବନରେ ଉଢ଼ାଉ କରାଯାଇଛି।

ସୂଚନା ଅନୁସାରେ ବୈପାରୀଗୁଡ଼ାର ଜଣେ ହିତାଧିକାରୀ ତିନି ଏକର ଜମିରୁ ୫୦ ସେଣ୍ଟ ଜମିକୁ ଘରବାରି ପଟ୍ଟା କରିବା ପାଇଁ ଆବେଦନ କରିଥିଲେ। ଏଥିପାଇଁ ସମ୍ପୃକ୍ତ କିରାଣୀ ୫ ହଜାର ଟଙ୍କା ମାଗିବାରୁ ହିତାଧିକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ଵାରସ୍ଥ ହୋଇଥିଲେ। ବୁଧବାର ଦିନ ସତ୍ୟ ନାରାୟଣ ହିତାଧିକାରୀଙ୍କ ଭାଇ ମାନସ ମହାନ୍ତିଙ୍କଠାରୁ ୫ ହଜାର ଟଙ୍କା ନେବା ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳଙ୍କ ନେତୃତ୍ୱରେ ସାତ ଜଣିଆ ଟିମ ଚଢ଼ାଉ କରିଥିଲେ। ଭିଜିଲାନ୍ସ ବିଭାଗ ବରିଷ୍ଠ କିରାଣୀଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଥିଲେ।

Tags: #Vigilance #Bribe #Arrested #SeniorClerk

LEAVE A REPLY

Please enter your comment!
Please enter your name here