ଓଡ଼ିଶାଲାଇଭ୍ ବ୍ୟୁରୋ

ହରିଆଣା ଓ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆସନ୍ତା ୯ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ଏଗଜିଟ୍‌ ପୋଲରେ ଚମକେଇଦେଲା ଭଳି ଖବର ଆସିଛି। ଏହି ଦୁଇ ରାଜ୍ୟରେ ବିଜେପିକୁ ପଛକୁ ଠେଲି କଂଗ୍ରେସ ଆଗରେ ରହିଥିବା କୁହାଯାଉଛି।

ଏଗଜିଟ୍ ପୋଲ ତଥ୍ୟ ସାମ୍ନାକୁ ଆସିବା ପରେ କଂଗ୍ରସ ଶିବିରରେ ଖୁସିର ଲହରି ଦେଖିବାକୁ ମିଳିଛି। ହରିଆଣାରେ ବିଜେପି ହାତରୁ କ୍ଷମତା ଯିବ ଏବଂ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବ। ସେହିପରି ଜମ୍ମୁ କଶ୍ମୀରରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବାବେଳେ କଂଗ୍ରେସର ପଲା ଭାରି ରହିଥିବା ଏଗଜିଟ୍ ପୋଲ କହୁଛି। ତେବେ ଏଗଜିଟ୍ ପୋଲ୍‌ ତଥ୍ୟ କେତେ ସତ ହେଉଛି ତାହା ମଙ୍ଗଳବାର ଭୋଟ ଗଣତି ସମୟରେ ସ୍ପଷ୍ଟ ହୋଇଯିବ।

ଏଗଜିଟ୍‌ ପୋଲ୍‌ ତଥ୍ୟ ଅନୁଯାୟୀ, ହରିଆଣାରେ ବିଜେପିକୁ ୨୫ରୁ ୩୦ ଆସନ ଏବଂ କଂଗ୍ରେସକୁ ୬୦ରୁ ୬୫ ଆସନ ମିଳିବ। ସେହିପରି ଜମ୍ମୁ କଶ୍ମୀରରେ ବିଜେପି ଖାତାକୁ ୨୫ରୁ ୩୦ ଆସନ ଏବଂ କଂଗ୍ରେସ ଖାତାରେ ୪୦ରୁ ୪୫ଟି ଆସନ ପଡ଼ିପାରେ ବୋଲି କୁହାଯାଉଛି।

ଏଗଜିଟ ପୋଲ ପରେ କଂଗ୍ରେସ ନେତା ବେଶ ଉତ୍ସାହିତ ହୋଇ ପଡିଛନ୍ତି। ଭୋଟ୍ ଗଣତି ପରେ ଉଭୟ ସ୍ଥାନରେ ତାଙ୍କ ଦଳକୁ ଆହୁରି ଅଧିକ ଆସନ ମିଳିବ ବୋଲି କଂଗ୍ରେସର ଅଧିକାଂଶ ନେତା କହିଛନ୍ତି।

ସେପଟେ ଏଗଜିଟ ପୋଲ ଉପରେ ମତ ଦେଇ ବିଜେପି ପକ୍ଷରୁ କୁହାଯାଇଛି ଯେ, ବିଜେପି ଜନାଦେଶକୁ ମାନୁଥିବା ଏକ ଦଳ। ଏଗଜିଟ ପୋଲରେ ଯାହା ଆକଳନ କରାଯାଉଛି ତାହାଠାରୁ ବହୁତ ଭଲ ଫଳାଫଳ ଆସିବ।

ଏପଟେ ଏଗଜିଟ ପୋଲରେ ବଜେପିର ପରାଜୟ ଦେଖି ରାଜ୍ୟରେ ବିଜେଡି ବେଶ ଉତ୍ସାହିତ ହୋଇ ପଡ଼ିଛି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାରତବର୍ଷରେ ଆଉ ବିଜେପି ରହିବ ନାହିଁ। ହରିଆଣା ଏବଂ ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ସଂସ୍ଥା କରିଥିବା ଏଗଜିଟ ପୋଲ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି।

Tags: #AssemblyElections #ExitPolls #Haryana #JammuKashmir #BJP #Congress #Politics

LEAVE A REPLY

Please enter your comment!
Please enter your name here