ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଗୃହ ନିର୍ମାଣ ପାଇଁ ଅଗ୍ରିମ ଟଙ୍କା ଦେବେ ରାଜ୍ୟ ସରକାର। ନୂଆ ଜମି କିଣିବା, ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ଅଗ୍ରିମ ଅର୍ଥ ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଦିଆଯାଇଛି।

ଅଗ୍ରୀମ ଟଙ୍କା ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ନୂଆ ଜମି କିମ୍ବା କୋଠା କିଣିବା ପାଇଁ ଆବେଦନ କରିଥିବା ଆବେଦନ‌କାରୀମାନେ ଜମିର ତଥ୍ୟ ପ୍ରଦାନ କରିବେ। ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ଦାଖଲ କରିବେ।

ସେହିପରି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କିମ୍ବା ବିଡିଏ ଓ ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ଵାରା ଆକଳନ ତଥ୍ୟ ଦାଖଲ କରିବେ। ଏଥିସହ ହାଉସ ପ୍ଲାନ୍ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

Tags: #HighschoolTeachers #Home #SMEOdisha

LEAVE A REPLY

Please enter your comment!
Please enter your name here