ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଟିଟୋ ସ୍ତ୍ରୀକୁ ଦେଢ଼ଘଣ୍ଟା ଜେରା
  • କେନ୍ଦ୍ରାପଡ଼ା ଡିଲାରପୁର ଘରେ ଜେରା
  • ଏତେ ସମ୍ପତ୍ତି କୁଆଡୁ ଆସିଲା?
  • ସିଏସ୍‌ଓ ଅଫିସରେ ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚ
  • ପେଟ୍ରୋଲ ପମ୍ପ୍ ଲାଇସେନ୍ସକୁ ନେଇ ଖୋଳତାଡ଼

ଗ୍ୟାଙ୍ଗଷ୍ଟର ଟିଟୋର କଳା ସାମ୍ରାଜ୍ୟ ଉପରୁ ଗୁମର ଫିଟାଉଛି କ୍ରାଇମବ୍ରାଞ୍ଚ। ଗ୍ୟାଙ୍ଗଷ୍ଟରର ୫ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ପରେ ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଟିମ୍ କେନ୍ଦ୍ରାପଡ଼ା ଯାଇ ଟିଟୋ ସ୍ତ୍ରୀ ବେନଜିର୍‌ ବିବିଙ୍କୁ ଜେରା କରିଛନ୍ତି।

କୌଣସି ବୃତ୍ତିରେ ନଥାଇ ବେନଜିର ଏତେ ସମ୍ପତ୍ତିର ମାଲିକ କିପରି ହେଲେ ସେନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ।

କେନ୍ଦ୍ରାପଡ଼ା ଡିଲାରପୁରସ୍ଥିତ ଘରେ ବେନଜିରଙ୍କୁ ଦେଢ଼ ଘଣ୍ଟା କାଳ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ। ଜଣେ ଡିଏସ୍‌ପି ଏବଂ ୨ ଜଣ ଇନ୍ସିପେକ୍ଟର ଟିଟୋ ସ୍ତ୍ରୀକୁ ଶୁକ୍ରବାର ଅପରାହ୍ଣରେ ଜେରା କରିଛନ୍ତି।

ଟିଟୋ ସ୍ତ୍ରୀ ବେନଜିରଙ୍କ ନାମରେ ଏକ କମ୍ପାନି ରହିଛି। ଏହାର ନାଁ ହେଉଛି ବେନଜିର ଇନଫ୍ରା ପ୍ରାଇଭେଟ ଲିମିଟେଡ। ଏହି କମ୍ପାନି ନାଁରେ ଟିଟୋ ବ୍ୟବସାୟ ସାମ୍ରାଜ୍ୟକୁ ସୁଦୃଢ଼ କରିଥିବା କ୍ରାଇମବ୍ରାଞ୍ଚକୁ ସୁରାକ୍ ମିଳିଛି।

କେନ୍ଦ୍ରାପଡ଼ା ବଜାର ବ୍ରାଞ୍ଚରେ ଥିବା ଟିଟୋର ୫ଟି ବ୍ୟାଙ୍କ ଆକାଉଣ୍ଟକୁ ଗୁରୁବାର ଫ୍ରିଜ୍ କରିଥିଲା କ୍ରାଇମବ୍ରାଞ୍ଚ। ଏହିସବୁ ଆକାଉଣ୍ଟରେ ମୋଟ ୧୬ ଲକ୍ଷ ୪୨ ହଜାର ଟଙ୍କା ରହିଥିଲା।

ଟିଟୋ ସ୍ତ୍ରୀକୁ ଜେରା କରିବା ପରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ସିଏସ୍‌ଓ ଅଫିସକୁ ଯାଇଛି। ଗ୍ୟାଙ୍ଗଷ୍ଟରକୁ କିପରି ପେଟ୍ରୋଲ ପମ୍ପ୍ ଲାଇସେନ୍ସ ମିଳିଲା ସେନେଇ ଯାଞ୍ଚ କରୁଛି। ବିଭିନ୍ନ କାଗଜପତ୍ରକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି ଏସ୍‌ଟିଏଫ୍।

LEAVE A REPLY

Please enter your comment!
Please enter your name here