ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ସାମ୍ରାଜ୍ୟକୁ ଧୂଳିସାତ୍ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଜୋରଦାର ଉଦ୍ୟମ କରୁଛି। ଟିଟୋର ବେଆଇନ୍ ସମ୍ପତ୍ତିକୁ ଜବତ କରିବା ସହ ଜଣକ ପରେ ଜଣେ ସହଯୋଗୀଙ୍କୁ ଗିରଫ କରୁଛି। ଆଜି ଏସ୍‌ଟିଏଫ୍ ଟିଟୋର ମୁଖ୍ୟ ସହଯୋଗୀ କୁହାଯାଉଥିବା ବାପୁ ପରିଡ଼ାକୁ ପାରାଦୀପରୁ ଗିରଫ କରିଛି।

ବାପୁ ନାଁରେ ବିଭିନ୍ନ ଥାନାରେ ୨୮ଟି ମାମଲା ରହିଛି। ଟିଟୋର ପାରାଦୀପ ଏମ୍ପାୟାରକୁ ଜଗୁଥିଲା ବାପୁ। ବାପୁ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଗୁଳିମାଡ଼, ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା, ଡକାୟତି, ଦାଦାବଟି ଆଦାୟ, ଅପହରଣ ଭଳି ସଙ୍ଗୀନ ଅଭିଯୋଗ ରହିଥିବା ଏସ୍‌ଟିଏଫ୍ ସ୍ପଷ୍ଟ କରିଛି।

କୁଜଙ୍ଗ ଥାନାରେ ୨ଟି, ଚାଉଳିଆଗଞ୍ଜରେ ଗୋଟିଏ, ପାରାଦୀପରେ ବିଭିନ୍ନ ମାମଲା ରହିଛି। ୩୮୭, ୫୦୬, ୧୨୦(ବି), ୩୪, ୨୫ ଓ ୨୭ ଦଫା ରୁଜୁ ହୋଇଛି। ବାପୁ ମଧ୍ୟ ପାରାଦୀପ ଡମ୍ପର ଆସୋସିଏସନର ସଭାପତି ଥିଲା। ଏକ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ବାପୁ ପୂର୍ବରୁ ଜେଲ୍ ଯାଇଥିଲା। ପରେ ଜାମିନରେ ଆସିଥିଲା।

LEAVE A REPLY

Please enter your comment!
Please enter your name here