ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ହେଲେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟ ଏସ୍‌ଟିଏଫ୍‌ର ରିମାଣ୍ଡ ଆବେଦନକୁ ଖାରଜ କରି ଦେଇଛନ୍ତି। ୨୭ ତାରିଖ ମଧ୍ୟରେ ସାଲେପୁର ଥାନା ଟିଟୋକୁ ରିମାଣ୍ଡରେ ନେବ। ୨୭ ପରେ ଏସ୍‌ଟିଏଫ୍ ପୁଣି ରିମାଣ୍ଡ ଆବେଦନ କରିବ।

ଏକ ମୁଲ୍ୟବାନ ଜମିକୁ ଜବରଦଖଲ କରିଥିବା ଅଭିଯୋଗରେ ଟିଟୋକୁ ପଚରା ଉଚରା କରିବାକୁ ରିମାଣ୍ଡରେ ନେବାକୁ ଆଜି ଏସଟିଏଫ୍  କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା।

୫ ନମ୍ବର କ ଜାତୀୟ ରାଜପଥ କଡ଼ରେ ସୁଲୋଚନା ମିଶ୍ର ନାମକ ଜଣେ ମହିଳାଙ୍କର ୧ ଏକର ମୁଲ୍ୟବାନ ଜମିକୁ ଟିଟୋ ଜବର ଦଖଲ କରିଥିବା ଅଭିଯୋଗ ହୋଇଛି। ଏହି ଜମି ଉପରେ ଟିଟୋ ପାହାଡ଼ ପରିମାଣର ବାଲି ଓ ମୋରମ ଜମା କରି ହରିଦାସପୁର ପାରାଦୀପ ରେଳ ଲାଇନର ଠିକା କାମ କରୁଥିଲା।

ଟିଟୋ ଏହି ଜମିକୁ ଜବର ଦଖଲ କରିଥିବା ବେଳେ ଟିଟୋ ବିରୋଧରେ ସାହସ ଜୁଟାଇ ଅଭିଯୋଗ କରିବାକୁ ସୁଲୋଚନାଙ୍କର ଜୁ ନଥିଲା। ଟିଟୋ ଗିରଫ ହେବା ପରେ ଏସଟିଏଫ୍ ନିକଟରେ ସୁଲୋଚନା ଅଭିଯୋଗ କରିଥିଲେ। ଏହି ଘଟଣାରେ ଏସଟିଏଫ୍ ଏକ ମାମଲା ରୁଜୁ କରି  ଆଜି ରିମାଣ୍ଡ ଆବେଦନ କରିଥିଲା।

କଟକ ଜିଲ୍ଲାର ସାଲେପୁର ଥାନା ଅଞ୍ଚଳରେ ଟିଟୋ ନିର୍ଦ୍ଦେଶରେ ଠିକାଦାରଙ୍କ କ୍ୟାମ୍ପ ଉପରକୁ ବୋମା ମାଡ଼ କରାଯିବା ଓ ଠିକାଦାରଙ୍କ ସୁପରଭାଇଜରଙ୍କୁ ଦାଦାବଟି ପାଇଁ ମରଣାନ୍ତକ ଆକ୍ରମଣ କରାଯିବାର ଏକ ଅଭିଯୋଗ ସାଲେପୁର ଥାନା ହୋଇଥିଲା। ଏହି ମାମଲାରେ ଆସନ୍ତା ୨୭ ତାରିଖ ମଧ୍ୟରେ ଟିଟୋକୁ ରିମାଣ୍ଡରେ ନେବାକୁ କେନ୍ଦ୍ରାପଡା ଏସଡିଜେଏମ୍ ସାଲେପୁର ଥାନାକୁ ଅନୁମତି ଦେଇ ସାରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସାଲେପୁର ଥାନା ଟିଟୋକୁ ରିମାଣ୍ଡରେ ନେଇ ନାହାନ୍ତି।  ତେଣୁ ୨୭ ତାରିଖ ମଧ୍ୟରେ ଟିଟୋକୁ ରିମାଣ୍ଡରେ ଦେଇ ହେବ ନାହିଁ ବୋଲି କୋର୍ଟ ଏସ୍‌ଟିଏଫ୍‌କୁ କହିଛନ୍ତି।  ୨୭ ତାରିଖ ପରେ ଏସଟିଏଫ୍ ଟିଟୋକୁ ନେବାକୁ ଆବେଦନ କରିବ ବୋଲି ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here