ଓଡ଼ିଶାଲାଇଭ୍ ବ୍ୟୁରୋ
ସୁସ୍ୱାଦୁ ଚିଲି ପ୍ରନ୍ର ମଜା ଉଠାଇବାକୁ ଚାହାଁନ୍ତି କି! ଆସନ୍ତୁ ଜାଣିବା ଘରେ କିଭଳି ପ୍ରସ୍ତୁତ କରିବା।
ଆବଶ୍ୟକୀୟ ସାମଗ୍ରୀ – ୨୫୦ ଗ୍ରାମ୍ ପ୍ରନ୍(ଚିଙ୍ଗୁଡ଼ି), ୧ଟି ପିଆଜ, ୧ଚାମଚ ସୋୟା ସସ୍, ୧ଚାମଚ ଚିଲି ସସ୍, ୧ଚାମଚ ଟମାଟୋ ସସ୍, ୬ଟି କଞ୍ଚାଲଙ୍କା, ୧ଚାମଚ ଭିନେଗାର, ଅଧକପ୍ ତେଲ ଏବଂ ସ୍ୱାଦ ଅନୁଯାୟୀ ଲୁଣ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପିଆଜ ଓ ଲଙ୍କାକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ଏହାପରେ ଚିଙ୍ଗୁଡ଼ି, ପିଆଜ, କଟା ହୋଇଥିବା ଲଙ୍କା, ଲୁଣ, ଭିନେଗାର, ସୋୟାସସ୍, ଚିଲି ଓ ଟମାଟୋ ସସ୍କୁ ଭଲ ଭାବରେ ମିଶାଇ ୪ ଘଣ୍ଟା ପର୍ଯ୍ୟନ୍ତ ସେପରି ଛାଡ଼ି ଦିଅନ୍ତୁ। ୪ ଘଣ୍ଟା ପରେ ସବୁ ଚିଙ୍ଗୁଡ଼ି ଖଣ୍ଡକୁ ସସ୍ ଓ ମସଲାରୁ ବାହାର କରି ଦିଅନ୍ତୁ। ତା’ପରେ କରେଇରେ ତେଲ ଗରମ କରି ସବୁ ଚିଙ୍ଗୁଡ଼ି ଖଣ୍ଡକୁ ଭଲ କରି ଭାଜି ଦିଅନ୍ତୁ। ଏହାପରେ ସେହି ଚିଙ୍ଗୁଡ଼ି ଭଜାରେ ପିଆଜ, ମସଲା ଓ ସସ୍ ଦେଇ କମ୍ ଆଞ୍ଚରେ ୫ମିନିଟ୍ ପର୍ଯ୍ୟନ୍ତ ଢ଼ାଙ୍କୁଣି ଘୋଡ଼ାଇ ରାନ୍ଧନ୍ତୁ। ୫ମିନିଟ୍ ପରେ ଏହାକୁ ଆଞ୍ଚରୁ ଓହ୍ଲାଇ ଗରମାଗରମ ଭାତ କିମ୍ବା ପରଟା ସହ ଖାଇବାକୁ ଦିଅନ୍ତୁ।