ଓଡ଼ିଶାଲାଇଭ୍ ବ୍ୟୁରୋ
ଆସିବ ୧୦୦ ଟଙ୍କିଆ କଏନ୍। ଏଆଇଏଡିଏମକେର ପ୍ରତିଷ୍ଠାତା ତଥା ତାମିଲନାଡ଼ୁର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏମଜି ରାମଚନ୍ଦ୍ରନଙ୍କ ଜନ୍ମ ଶତବାର୍ଷିକୀ ସ୍ମୃତିରେ ଏହି ନୂଆ ୧୦୦ଟଙ୍କିଆ କଏନ ପ୍ରଚଳନ କରାଯିବ। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏକ ନୂଆ ୫ ଟଙ୍କିଆ କଏନ ମଧ୍ୟ ଏମଜିଆରଙ୍କ ସ୍ମୃତିରେ ଜାରି କରାଯିବାକୁ ନିଷ୍ପତି ହୋଇଛି।
ଶହେ ଟଙ୍କିଆ କଏନର ରୂପରେଖ
-
ଏହି କଏନର ବ୍ୟାସ ରହିବ ୪୪ ମିଲିମିଟର
-
କଏନର ଓଜନ ୩୫ ଗ୍ରାମ
-
ଏହି କଏନର ୫୦ ପ୍ରତିଶତ ରୂପାରେ ତିଆରି
-
ତମ୍ୱା ୪୦ ପ୍ରତିଶତ, ନିକେଲ ଓ ଜିଙ୍କ୍ ରହିବ ୫ ପ୍ରତିଶତ
-
୧୦୦ଟଙ୍କିଆ କଏନର ସାମ୍ନା ପାର୍ଶ୍ୱରେ ଅଶୋକ ସ୍ତମ୍ଭ, ଦେବନାଗରୀ ଲିପିରେ ସତ୍ୟମେବ ଜୟତେ, ଟଙ୍କାର ସଂକେତ ଓ ୧୦୦ ଟଙ୍କା ଲେଖା ରହିବ
-
ଅପର ପାର୍ଶ୍ୱର ମଧ୍ୟ ଭାଗରେ ଏମଜି ରାମଚନ୍ଦ୍ରନଙ୍କ ଛବି ରହିବ
ସେହିପରି ନୂଆ ୫ ଟଙ୍କିଆ କଏନର ଓଜନ ରହିବ ୬ ଗ୍ରାମ। ସେଥିରେ ୭୫ ପ୍ରତିଶତ ତମ୍ବା, ଜିଙ୍କ୍ ୨୦ ପ୍ରତିଶତ ଏବଂ ନିକେଲ ୫ ପ୍ରତିଶତ ରହିବ।
Tags: AIADMK, Ramachandran, 100 Rupees Coin, Coin, New Coin, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories