ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ୯ଟି ଜିଲ୍ଲାର ୭୦ଟି ବ୍ଲକ୍ ମରୁଡ଼ି ଦ୍ୱାରା ଆକ୍ରାନ୍ତ। ରାଜ୍ୟରେ ମରୁଡ଼ିର ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ୧୫୨୩.୮୨ ରାଶିର ସହାୟତା ମାଗିଛନ୍ତି।
ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ଫସଲରେ କ୍ଷତି ଘଟିଛି। ଜିଲ୍ଲା କଲେକ୍ଟର, ରାଜସ୍ୱ ବିଭାଗର ଫିଲ୍ଡ ଅଧିକାରୀ ମାଧ୍ୟମରେ ସମ୍ପୃକ୍ତ କ୍ଷେତର ଯାଞ୍ଚ ଏବଂ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
କଲେକ୍ଟରଙ୍କଠାରୁ ମିଳିଥିବା ରିପୋର୍ଟ ଅନୁସାରେ, ରାଜ୍ୟ ସରକାର ୭୦ ଟି ଜିଲ୍ଲାର ୬୩୮୯ ଗାଁର ୩୨୪୫୯୦ ହେକ୍ଟର ଏବଂ ୯ ଜିଲ୍ଲାର ୧୯ ୟୁଏଲବିର ୧୦୧ ୱାର୍ଡ ପାଇଁ ୩୨୪୫୯୦.୮ ହେକ୍ଟର କ୍ଷେତ ମରୁଡ଼ି ପ୍ରବଣ ବୋଲି ଘୋଷଣା କରିଥିଲେ।
ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ମରୁଡ଼ିପ୍ରବଣ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଏହି ୯ଟି ଜିଲ୍ଲାର ୬୬ଟି ବ୍ଲକର ୫ ହଜାର ୬୬୩ ଗାଁକୁ ମରୁଡ଼ି ଘୋଷଣା କରିଥିଲେ।
ବଲାଙ୍ଗିର ଜିଲ୍ଲାର ମୁରିବାହାଲ, ଲୋଇସିଂହା, ବେଲବଡ଼ା ଏବଂ ସୁନ୍ଦରଗଡ଼ ସଦର, ଟାଙ୍ଗରପାଲ୍ଲି ବ୍ଲକରେ ବ୍ୟାପକ ଫସଲହାନି ହୋଇଛି।
ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଖରିଫ୍ ଫସଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା। ବ୍ଲକ ଅଧିକାରୀ ଏବଂ କୃଷି ଅଧିକାରୀ ତୃଣମୂଳସ୍ତରକୁ ଯାଇ ରିପୋର୍ଟ ସଂଗ୍ରହ କରିଥିଲେ।