ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିକଟରେ ସୋନମ କପୁରଙ୍କ ଫିଲ୍ମ ଏକ ଲେଡକି କୋ ଦେଖା ତୋ ଏସା ଲଗା ରିଲିଜ୍‌ ହୋଇଛି। ଭିନ୍ନ ପ୍ରସଙ୍ଗକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଛି।

ତେବେ ଫିଲ୍ମ ହିଟ୍‌ ହେବା ସହ ଆଉ ଏକ କଥାକୁ ନେଇ ବି ଟାଉନର ଷ୍ଟାଇଲ ଆଇକନ୍‌ କୁହାଯାଉଥିବା ସୋନମ୍‌ କପୁର  ଚର୍ଚ୍ଚାରେ ଅଛନ୍ତି।

ମନେଥିବ ବିବାହ ପରେ ସୋନମ୍‌ ନିଜ୍‌ ନାଁ ବଦଳାଇ ଚର୍ଚ୍ଚାରେ ଥିଲେ ତେବେ ସୋନମ୍‌ ପୁଣିଥରେ ନିଜ ନାଁ ବଦଳାଇଛନ୍ତି।   

ବିବାହ ପରେ ସୋନମ୍‌ ନିଜ ନାଁ ବଦଳାଇ ସୋନମ୍‌ କେ ଆହୁଜା କରିଥିଲେ। ଏବେ ୯ମାସ ପରେ ସେଥିରୁ ସୋନମ୍‌ ନିଜ ସ୍ୱାମୀଙ୍କ ନାଁକୁ ହଟାଇ ଦେଇଛନ୍ତି। କେବଳ ଏତିକି ନୁହଁ ବରଂ ସୋନମ୍‌ ନିଜ ନାଁ ବି ବଦଳାଇ ଦେଇଛନ୍ତି।

ଏବେ ସୋନମ୍‌ ଇନଷ୍ଟାଗ୍ରାମ୍‌ ଓ ଟୁଇଟରରେ ସୋନମ କପୁର ଆହୁଜା ପରବର୍ତ୍ତେ  ‘ଜୋୟା ସିଂ ସୋଲେଙ୍କି’ ନାଁ ଦେଇଛନ୍ତି। ଆପଣ ବି ଭାବୁଛନ୍ତିନା କାହିଁକି ସୋନମ୍‌ ଏପରି ଏକ ନାଁ ରଖିଛନ୍ତି।

ତେବେ ଆମେ ଆପଣଙ୍କୁ କହୁଛି ଏହା ପଛରେ ଥିବା କାରଣ। ଏହା ସେ ତାଙ୍କ ଆଗାମୀ ପ୍ରୋଜେକ୍ଟ ଲାଗି କରିଛନ୍ତି। ଆଜିକାଲି ସୋନମ୍‌ ନିଜ ଆଗାମୀ ଫିଲ୍ମ ଲାଗି ବ୍ୟସ୍ତ ଅଛନ୍ତି।

ତାଙ୍କ ଆଗାମୀ ଫିଲ୍ମର ନାଁ ଅଛି ‘ଦ ଜୋୟା ଫ୍ୟାକ୍ଟର’ ତେଣୁ ନିଜ ଫିଲ୍ମର ପ୍ରମୋଶନ ଲାଗି ସୋନମ୍‌ ଏମିତି କରିଛନ୍ତି। ଏହି ଫିଲ୍ମରେ ସୋନମ୍‌ ଲିଡ୍‌ ରୋଲରେ ଅଭିନୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here