ଓଡ଼ିଶାଲାଇଭ୍ ବ୍ୟୁରୋ
ଡାଇବେଟିସ୍, ହାଇ ବ୍ଲଡପ୍ରେସର ଓ ହାଇକୋଲେଷ୍ଟୋରାଲ୍ ରୋଗୀଙ୍କ ପାଇଁ ଆଲମଣ୍ଡ୍ ଖାଇବା ଖୁବ୍ ଭଲ। ବାଦାମ ଶରୀରରେ ବ୍ଲଡ୍ ସୁଗର ପରିମାଣକୁ ନିୟନ୍ତ୍ରଣରେ ରଖେ।
ବାଦାମରେ ଥିବା ମ୍ୟାଗ୍ନେସିୟମ୍ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭପ୍ରଦ। ଏହାବ୍ୟତୀତ ଆଲମଣ୍ଡ୍ ମାନସିକ ବିକାଶ, କେଶ ସମସ୍ୟା, ତ୍ୱଚାରେ ଚମକ ଆଣେ, ଥଣ୍ଡା କମ୍ କରେ।
ରାତିରେ ୧୦ ରୁ ୧୨ଟି ଆଲମଣ୍ଡକୁ ପାଣିରେ ଭିଜାଇ ସକାଳୁ ତା ଉପର ଚୋପା ବାହାର କରି ଖାଆନ୍ତୁ । ଏହାଦ୍ୱାରା ଅଧିକ ପୋଷକତତ୍ୱ ଶରୀରକୁ ମିଳିଥାଏ।
ୟୁନାଇଟେଡ୍ ଷ୍ଟେଟ୍ସ୍ ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲ୍ଚର୍ (ୟୁଏସ୍ଡିଏ)ରେ କରାଯାଇଥିବା ପରୀକ୍ଷଣ ଅନୁଯାୟୀ ଦୈନିକ ୨୮ ଗ୍ରାମ୍ରରୁ ଅଧିକ ଆଲମଣ୍ଡ୍ ଖାଇବା ଉଚିତ୍ ନୁହେଁ ।