ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ି ଚାଲିଛି ପେଟ୍ରୋଲ୍ ଏବଂ ଡିଜେଲ୍ ଦର। ପେଟ୍ରୋଲ-ଡିଜେଲ୍ ଚାଳିତ କାର୍ ଯୋଗୁଁ ପରିବେଷ ହେଉଛି ପ୍ରଦୂଷିତ। ଏଥିପାଇଁ ବହୁ ପରିବେଶବିତ୍ ଚିନ୍ତାବ୍ୟକ୍ତ କରୁଛନ୍ତି। ଏହାଛଡ଼ା ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବାରୁ ଗାଡ଼ି ଚାଳକମାନଙ୍କର ମୁଣ୍ଡ ବ୍ୟଥା ବଢ଼ିଛି। ଏଣୁ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ତିଆରି ହୋଇଛି ବିଦ୍ୟୁତ ଚାଳିତ କାର୍। ଏହା ଖୁବଶୀଘ୍ର ବଜାରରେ ପ୍ରବେଶ କରିବ। ବିଭିନ୍ନ କମ୍ପାନି ବିଦ୍ୟୁତ କାର୍ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।
ସରକାର ପ୍ରଥମ ଦଫାରେ ୧୦,୦୦୦ ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଏକ ପ୍ରାଇଭେଟ୍ କମ୍ପାନିକୁ ଟେଣ୍ଡର ମାଧ୍ୟମରେ ଦାୟିତ୍ଵ ଦେଇଛନ୍ତି। ଟାଟା ମୋଟର ୨୫୦ଟି, ଏମ୍ ଆଣ୍ଡ ଏମ୍ କମ୍ପାନି ୧୫୦ଟି କାର୍ ଯୋଗାଇଦେବେ।
ଭାରତ ସରକାର ଆଗାମୀ ଦିନରେ ଅନେକ ଚାର୍ଜିଂ ଷ୍ଟେସନ ନିର୍ମାଣ କରିବାକୁ ଯାଉଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା ୫୬ହଜାର ତେଲ ଟାଙ୍କି ଥିବା ବେଳେ ମାତ୍ର ୨୦୦ଟି ଚାର୍ଜିଂ ଷ୍ଟେସନ ଅଛି। ପ୍ରଥମଥର ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ନାଗପୁରରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିଛି। ଆଗାମୀ ବର୍ଷରେ ଭାରତର ଅନ୍ୟ ପ୍ରମୁଖ ସହରରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଫଳରେ ଇଲେକ୍ଟ୍ରିକ କାର କିଣିବାକୁ ଯାଉଥିବା ଉପଭୋକ୍ତାମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।
ସୁଜୁକି ମୋଟର୍ସ, ଟଏଟା ମୋଟର୍ସ ଆଗାମୀ ବର୍ଷରେ ଇଲେକ୍ଟ୍ରିକ୍ କାର ନିର୍ମାଣ ପାଇଁ ସମ୍ମତି ପ୍ରକାଶ କରିଛନ୍ତି।