ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡ଼ିୟମଠାରେ ୨୨ତମ ଏସିଆନ ଆଥ୍‌‌ଲେଟିକ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତକୁ ମିଳିଛି ୨ଟି ପଦକ। ସଟ୍ ପୁଟ୍‌‌‌‌‍ରେ ଭାରତୀ ମନପ୍ରୀତ୍ କୌର ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଡିସକସ୍ ଥ୍ରୋରେ ବିକାଶ ଗୌଡା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଓଡ଼ିଆ ଧାବିକା ଦୂତି ଚାନ୍ଦ ୧୦୦ ମିଟର ଦୌଡ କ୍ୱାଲିଫାୟାର ରାଉଣ୍ଡରେ ପ୍ରଥମ ସ୍ଥାନ ହାସଲ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଫଳରେ ଓଡ଼ିଶା ପାଇଁ ଦୂତୀ ପଦକ ଆଶା ଉଜ୍ଜୀବିତ କରିଛନ୍ତି।

ପ୍ରଥମ ଦିନରେ ପୂର୍ବାହ୍ନରେ ଉଭୟ ପୁରୁଷ ଓ ମହିଳା ବିଭାଗରରେ ୮ଟି ଇଭେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ସଂଧ୍ୟାରେ ଆଉ ୧୨ଟି ଇଭେଂଟ ଅନୁଷ୍ଠିତ ହୋଇଥିଲା।  ପ୍ରଥମ ଦିନ ସକାଳେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ରହିଥିଲା ପୁରୁଷ ୧୦୦ ମିଟର ଡେ଼କାଥଲନ-୧, ମହିଳା ୧୫୦୦ ମିଟର ଦୌଡ଼ର ପ୍ରଥମ ରାଉଣ୍ଡ, ପୁରୁଷ ୧୫୦୦ ମିଟର ଦୌଡ଼ର ପ୍ରଥମ ରାଉଣ୍ଡ, ପୁରୁଷ ଲଙ୍ଗ ଜମ୍ପ୍ ଡେ଼କାଥଲନ-୨, ପୁରୁଷ ହାଇ ଜମ୍ପ୍ ଯୋଗ୍ୟତା ପର୍ଯ୍ୟାୟ, ପୁରୁଷ ୪୦୦ ମିଟର ଦୌଡ଼ ପ୍ରଥମ ରାଉଣ୍ଡ ଓ ପୁରୁଷ ସଟ୍ ପୁଟ୍ ଡେ଼କାଥଲନ-୩।  ସନ୍ଧ୍ୟାରେ ମଧ୍ୟ ସେହିଭଳି ଡ଼ିସ୍କସ୍, ହାଇ ଜମ୍ପ, ପୋଲଭଲ୍ଟ, ଜାଭେଲିନ୍, ମହିଳା ୧୦୦ ମିଟର ଦୌଡ଼ ଆଦିର ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା।

କଳିଙ୍ଗ ଷ୍ଟାଡିୟମରେ ହାଇ ପରଫରମାନ୍ସ ଏକାଡେମୀ ପାଇଁ  ଚୁକ୍ତି

କଳିଙ୍ଗ ଷ୍ଟାଡିୟମରେ ହାଇ ପରଫରମାନ୍ସ ଏକାଡେମୀ ସ୍ଥାପନା କରିବା ପାଇଁ  ଓଡ଼ିଶା ସରକାର, ଇଣ୍ଟରନ୍ୟାସନାଲ୍‌ ଆସୋସିଏସନ୍ସ ଅଫ ଆଥଲେଟିକ ଫେଡେରେସନ (ଆଇଏଏଏଫ) ଓ ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆ (ଏଏଫଆଇ) ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସଚିବାଳୟର ତୃତୀୟ ମହଲା ସ୍ଥିତ ସମ୍ମିଳନୀ କକ୍ଷରେ ଏହି ଚୁକ୍ତି ସ୍ୱାକ୍ଷର କରାଯାଇଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବବ୍ୟାପାର ସଚିବ ବିଶାଲ କୁମାର ଦେବ, ଏଏଫଆଇ ପକ୍ଷରୁ ଏହାର ଅଧ୍ୟକ୍ଷ ଆଦିଲେ ସୁମରିବାଲା ଓ ଏଆଇଆଇଏଫଏଫ ପକ୍ଷରୁ ଏହାର ଅଧ୍ୟକ୍ଷ ଲର୍ଡ ସେବାଷ୍ଟିନ କୋ ଏଥିରେ ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିନାମା ଅନୁସାରେ କଳିଙ୍ଗ ଷ୍ଟାଡିୟମରେ ସ୍ଥାପିତ ହେବାକୁ ଥିବା ହାଇ ପରଫରମାନ୍ସ ଏକାଡେମୀର ନାମ ଓଡ଼ିଶା-ଏଏଫଆଇ-ଆଇଏଏଏଫ ହାଇ ପରଫରମାନ୍ସ ଏକାଡେମୀ ହେବ। ଏହା ଆଥଲେଟିକ ଓ ଟ୍ରାକ ପ୍ରତିଯୋଗିତା ମାନଙ୍କ ପାଇଁ ପେସାଦାର ପରିବେଶ ଉପଲବ୍ଧ କରାଇବାକୁ  ଉତ୍କୃଷ୍ଟ କୋଚିଂ ଓ  ଅନ୍ୟ ସମନ୍ୱିତ ସହାୟତା ବ୍ୟବସ୍ଥା ତଥା ଆଥଲେଟମାନଙ୍କୁ ଶିକ୍ଷା ଓ ଅନୁଭୂତି ପ୍ରଦାନ କରିବ।

ଏହି ଏକାଡେମୀ ଦ୍ୱାରା ଯୁବ ଆଥଲେଟମାନେ ଲାଭାନ୍ୱିତ ହେବା ସହିତ ସେମାନେ ନିଜର କ୍ୟାରିୟର ଏଥିରେ କରିପାରିବେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏହି ଏକାଡେମୀ ପାଇଁ ଭିତ୍ତିଭୂମିର ବ୍ୟବସ୍ଥା କରିବ। ବିଭାଗ ଏକାଡେମୀ ଅଫିସ, ଷ୍ଟ୍ରେନ୍‌ଥ ଟ୍ରେନିଂ ଜିମ୍ନାସିୟମ, ମେଡିସିନ ଓ ଫିଜିଓଥେରାପି ‍ଫ୍ୟାସିଲିଟି ଓ ଅନ୍ୟ ସୁବିଧା ବିକଶିତ କରିବାକୁ ଅର୍ଥର ବ୍ୟବସ୍ଥା କରିବ। ଏଆଇଆଇଏଫଏଫ ଏହି ଏକାଡେମୀ ପାଇଁ ବିଶେଷଜ୍ଞ ପ୍ରଦାନ କରିବା ସହ, ବରିଷ୍ଠ କୋ୍ଚ୍‌‌ମାନଙ୍କୁ ‍ଶିକ୍ଷିତ କରିବ।

ଏହା ବ୍ୟତୀତ ସ୍ପ୍ରିଂଟ କୋଚ, ହରାଇଜେଣ୍ଟାଲ ଜମ୍ପ କୋଚ, ଭର୍ଟିକାଲ ଜମ୍ପ କୋଚ, ଖେଳ ଔଷଧ ଓ ଷ୍ଟ୍ରେନ୍‌ଥ ଟ୍ରେନିଂ ଆଦିରେ ବିଶେଷଜ୍ଞମାନଙ୍କୁ ସହାୟତା ପ୍ରଦାନ କରିବ। ସେହିପରି  ଆଥଲେଟିକ ଫେଡେରସନ ଅଫ ଇଣ୍ଡିଆ ପକ୍ଷରୁ ଏକାଡେମୀର ମୁଖ୍ୟଙ୍କୁ ଚୟନ କରିବାର ସଠିକ ପ୍ରକ୍ରିୟାରେ ସହଯୋଗ କରିବ ଓ ଏହି ଏକାଡେମୀର ପରିଚାଳନାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବ।

Comment